ଜାତୀୟ ପ୍ରେସ୍ ଦିବସରେ ସମସ୍ତ ଗଣମାଧ୍ୟମ ଭାଇଭଉଣୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ଗଣମାଧ୍ୟମ ହେଉଛି ଆମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ, ଯାହା ସମାଜର ସତ୍ୟ ଓ ନିରପେକ୍ଷ ଖବର ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଗଣମାଧ୍ୟମର ସ୍ୱାଧୀନତା ଓ ଦାୟିତ୍ୱବୋଧ ସର୍ବଦା ବଜାୟ ରହୁ ।   ସତ୍ୟନିଷ୍ଠା, ସ୍ୱତନ୍ତ୍ରଚିନ୍ତା ଓ ନିଷ୍ପକ୍ଷ ସୂଚନା ପ୍ରଦାନ ସାମ୍ବାଦିକତା ପେଶାର ପ୍ରାଣ। ସମୂହ ଶ୍ରମ, ସଚେତନତା ଓ ପେଶାଦର୍ଶିତା ଦ୍ୱାରା ଗଣମାଧ୍ୟମ ସମାଜକୁ ଜାଗୃତ ଓ ଦାୟୀ କରିବାରେ ଲାଗନ୍ତି। ଆସନ୍ତୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଆହୁରି ସଶକ୍ତ କରିବାରେ ସଦା ଏକତାବଦ୍ଧ ହେବା।

ସମସ୍ତଙ୍କୁ ଅନେକ ଶୁଭେଛା ସହ,
ସୁଲଗ୍ନା ମହାନ୍ତି
ଓଡିଶା ନଟ ଆଉଟ, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *