Oplus_131072

ଲିବାନନରେ ଜଣେ କମାଣ୍ଡରଙ୍କ ହତ୍ୟା ପାଇଁ ପ୍ରତିଶୋଧ ନେବା ପାଇଁ ହିଜବୁଲ ରବିବାର ସକାଳେ ଇସ୍ରାଏଲ ଉପରେ ୩୨୦ରୁ ଅଧିକ ରକେଟ୍ ମାଡ଼ କରିଛି। ଏହି ଆକ୍ରମଣ ମଧ୍ୟ ପୂର୍ବରେ ଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି କରିଛି। ଇସ୍ରାଏଲ ବର୍ତ୍ତମାନ ହିଜବୁଲ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି। ଏ ସମ୍ପର୍କରେ ଇସ୍ରାଏଲ କ୍ୟାବିନେଟର ଏକ ଜରୁରୀ ବୈଠକ ଡକାଯାଇଛି।

ଇସ୍ରାଏଲ୍ ଗଣମାଧ୍ୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ କ୍ୟାବିନେଟ୍ ବୈଠକ ଡାକିବେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ମାସରେ ଇସ୍ରାଏଲ୍ ଅଧିକୃତ ଗୋଲାନ ଅଞ୍ଚଳରେ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଏହି ଆକ୍ରମଣରେ ୧୨ ଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଥିଲା। ଏହାର ପ୍ରତିଶୋଧ ନେବାକୁ ଇସ୍ରାଏଲ୍ ସୈନ୍ୟବାହିନୀ ବେରୁଟରେ ଜଣେ ବରିଷ୍ଠ ହିଜବୁଲ କମାଣ୍ଡରଙ୍କୁ ହତ୍ୟା କରିଥିଲେ, ଯାହା ପରେ ଉଭୟ ପକ୍ଷ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି।

ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ହିଜବୁଲ ପକ୍ଷରୁ ଏକ ବିବୃତି ଆସିଛି। ହିଜବୁଲ କହିଛି ଯେ  ଇସ୍ରାଏଲ ଉପରେ ୩୨୦ ରୁ ଅଧିକ ରକେଟ୍ ମାଡ କରାଯାଇଛି। ତେବେ ଏପର୍ଯ୍ୟନ୍ତ ଇସ୍ରାଏଲ ଦ୍ୱାରା ୧୫୦ ରକେଟ ମାଡ଼ କରାଯାଇଥିବା ନିଶ୍ଚିତ ହୋଇଛି। ଇସ୍ରାଏଲ୍ ସେନା କହିଛି ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଯୋଗୁଁ ଅନ୍ୟ ସମସ୍ତ ରକେଟ୍ ନଷ୍ଟ ହୋଇଯାଇଛି।

ଆଗାମୀ ୪୮ ଘଣ୍ଟା ପାଇଁ ସମଗ୍ର ଦେଶରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *