ଭୁବନେଶ୍ବର: ମଙ୍ଗଳବାରଠାରୁ ୧୭ତମ ବିଧାନସଭାର ଦ୍ବିତୀୟ ଅଧିବେଶନ ଆରମ୍ଭ ହେବ। ନଭେମ୍ବର ୨୬ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଶୀତ ଅଧିବେଶନ ଚାଲିବାକୁ ଥିବାବେଳେ ପ୍ରଥମ ଦିନରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଆସନ୍ତାକାଲି ବିଧାନସଭା ଅଧିବେଶନ ଆରମ୍ଭ ହେବା ପରେ ୬ଜଣ ଦିବଙ୍ଗତ ବିଧାୟକଙ୍କ ସମ୍ମାନାର୍ଥେ ଶୋକ ପ୍ରସ୍ତାବ ଆଗତ ହେବ। ଏହାପରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଜିଏସ୍‌ଟି ବିଧେୟକ,୨୦୨୪ରେ ହୋଇଥିବା ସଂଶୋଧନକୁ ଆଗତ କରିବେ। ପରେ ରାଜ୍ୟପାଳଙ୍କ ଅନୁମୋଦନ ହାସଲ କରିଥିବା ବିଭିନ୍ନ ବିଲ୍ ଉପସ୍ଥାପନ କରାଯିବ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ।

Leave a Reply

Your email address will not be published. Required fields are marked *