ସରକାରୀ କାର୍ଯ୍ୟାଳୟରେ ଇଂରାଜୀ ନୂଆବର୍ଷ ପାଳନ ହେବ ନାହିଁ। ଭୋଜିଭାତ, କେକ୍ କଟା ବନ୍ଦ। ନୂଆବର୍ଷ ପାଳନ ଉପରେ ଏଭଳି ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର। ସାଧାରଣ କାର୍ଯ୍ୟ ଦିବସ ଭାବେ ଏହି ଦିନ କର୍ମଚାରୀମାନେ ନିୟମିତ କାର୍ଯ୍ୟ କରିବେ। ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସାଧାରଣ କାର୍ଯ୍ୟ ଦିବସ ଭାବେ ସରକାରୀ କାର୍ଯ୍ୟ କରିବେ। ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାକୁ କେହି ବ୍ୟକ୍ତିଗତ ଭାବେ ନ ଆସିବା ଲାଗି ଅନୁରୋଧ କରାଯାଇଛି।

