Oplus_131072

କଟକ ମହାନଗର ନିଗମର ପୁଜ୍ୟପୂଜାକୁ ସମ୍ମାନ ଦେଖିଲେ ଯେ କେହି ଘଡ଼ିଏ ଚିନ୍ତା କରିବ। ବର୍ଷ ବର୍ଷ ଧରି ଭଜନ ସମ୍ରାଟଙ୍କ ପ୍ରତିମୂର୍ତ୍ତୀଙ୍କୁ ଜରି ଘୋଡେ଼ଇ ମୁହଁ ବାନ୍ଧି ରଖିଛି ପ୍ରଶାସନ। ନେତାଜୀ ବସ ଟର୍ମିନାଲ ସମ୍ପ୍ରସାରଣ ସମୟରେ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ ଖାନନଗର ବୁରୁଜ ନିକଟରୁ ଉଠାଇ ଦିଆଯାଇଥିଲା ହେଲେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ସତେ ଯେମିତି ଭିକାରୀ ବଳଙ୍କୁ ଭୁଲି ଯାଇଛି। ଯାହାକୁ ନେଇ ତାଙ୍କ ପୁଅ ଏବଂ ଭିକାରୀ ବଳ ସ୍ମୃତି ସଂସଦ ଅସନ୍ତୋଷ ପ୍ରକାଶ କରିବା ସହ ସିଏମସିକୁ ଦାୟୀ କରିଛନ୍ତି। ଅନ୍ୟପଟେ ସିଏମସି ମେୟର କହିଛନ୍ତି ଖୁବଶିଘ୍ର ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ପୁନଃସ୍ଥାପନ କରାଯିବ।

ଓଡିଆ ଅସ୍ମିତାକୁ ନେଇ ସାରା ରାଜ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ଲୁହା ଖୁଣ୍ଟିରେ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିର ଗୋଡ ବନ୍ଧା ହୋଇଥିବା ଓ ହାତ ମୁଁହ ଜରିପାଲରେ ବନ୍ଧାଯାଇଥିବା ଦେଖିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସିଏମସିର‌ ଅଳିଆ ଆବର୍ଜନା ରହୁଥିବା ସ୍ଥାନରେ ପଡ଼ିରହିଛି ଭଜନ ସମ୍ରାଟଙ୍କ ପ୍ରତିମୂର୍ତ୍ତି। ଶହ ଶହ ଜଗନ୍ନାଥ ଭଜନ ଗାଇ ଓଡ଼ିଶାକୁ ଗୌରବାନ୍ୱିତ କରିଥିବା ଭଜନ ସମ୍ରାଟଙ୍କୁ ଏ କେମିତି ସମ୍ମାନ। ଖାନନଗର ପାର୍କ ନିକଟରୁ ଏହି ପ୍ରତିମୂର୍ତ୍ତି ଉଚ୍ଛେଦ ହେବା ପରେ ବର୍ଷେରୁ ଅଧିକ ସମୟ ଧରି ଏହି ସ୍ଥାନରେ ଖୋଲା ଆକାଶ ତଳେ ପଡିରହିଛି। ମୁହଁରେ କଳା ଜରି ବନ୍ଧା ହୋଇଛି। ଗୋଡରେ ପ୍ଲାଷ୍ଟିକ୍ ଦଉଡି ବନ୍ଧା ହୋଇଛି। ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ ଏପରି ଅବସ୍ଥାରେ ରଖାଯିବାକୁ ନେଇ ତାଙ୍କ ବଡ ପୁଅ ଏବଂ ସ୍ମୃତି ସଂସଦ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ଏ ନେଇ ସିଏମସିକୁ ବାରମ୍ବାର ଅବଗତ କରାଇବା ପରେ ମଧ୍ୟ ସିଏମସି ଧ୍ୟାନ ଦେଇନଥିବା ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *