Oplus_131072

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସସିଷ୍ଟ) ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କର ପରଲୋକ ଘଟିଛି। ଗୁରୁବାର ସକାଳ ପ୍ରାୟ ସାଢ଼େ ୮ଟାରେ କଲକାତାଠାରେ ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ସ୍ତ୍ରୀ ମୀରା ଏବଂ ଝିଅ ସୁଚେତନାଙ୍କ ସହିତ କଲକାତାରେ ରହୁଥିଲେ। ବୁଦ୍ଧଦେବ ୨୦୦୦ ମସିହାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳ ଆରମ୍ଭ କରି ୧୧ ବର୍ଷ ଯାଏ ଦାୟିତ୍ଵ ତୁଲାଇଥିଲେ। ୨୦୧୧ରେ ସେ ବିଧାନସଭା ନିର୍ବାଚନରେ ପରାଜିତ ହେବା ସହିତ ପଶ୍ଚିମବଙ୍ଗରେ ଦୀର୍ଘ ୩୪ ବର୍ଷ ଧରି ଚାଲିଆସିଥିବା ବାମପନ୍ଥୀ ସରକାରର ପତନ ଘଟିଥିଲା। ଟିଏମସି ନେତ୍ରୀ ମମତା ବାନାର୍ଜୀ କ୍ଷମତାକୁ ଆସିଥିଲେ। ଜ୍ୟୋତି ବସୁଙ୍କ ପରେ ସେ ସିପିଆଇର ୨ୟ ଏବଂ ଶେଷ ମୁଖ୍ୟମନ୍ତ୍ରୀ ଥିଲେ।

Leave a Reply

Your email address will not be published. Required fields are marked *