ଆଜି କଂଗ୍ରେସର ନୂତନ ମୁଖ୍ୟ କାର୍ଯ୍ୟାଳୟ ‘ଇନ୍ଦିରା ଭବନ’କୁ ଉଦଘାଟନ କରିଛନ୍ତି ସୋନିଆ ଗାନ୍ଧୀ । ନୂଆଦିଲ୍ଲୀର ୯ (ଏ) – କୋଟଲା ରୋଡରେ ନିର୍ମାଣ କରାଯାଇଛି ଇନ୍ଦିରା ଭବନ । ୨୫୨ କୋଟି ବ୍ୟୟରେ ନିର୍ମାଣ କରାଯାଇଛି କଂଗ୍ରେସ ଭବନ। ଏହି ଉଦଘାଟନୀ ସମାରୋହରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ , ରାହୁଲ ଗାନ୍ଧିଙ୍କ ସମେତ ପ୍ରାୟ ୪୦୦ ନେତା ଉପସ୍ଥିତ ରହିଥିଲେ ।

ଦୀର୍ଘ ୪୭ ବର୍ଷ ଧରି ମୁଖ୍ୟ କାର୍ଯ୍ୟାଳୟ ୨୪ ଆକବର ରୋଡରେ ରହିଥିବା ବେଳେ ଏବେ ୯ (ଏ)-କୋଟଲା ରୋଡ୍ କୁ ସ୍ଥାନାନ୍ତରଣ କରାଯାଇଛି । ନୂତନ କାର୍ଯ୍ୟାଳୟକୁ ‘ଇନ୍ଦିରା ଭବନ’ ନାମରେ ନାମିତ କରାଯାଇଛି । ୨୦୦୯ ଡିସେମ୍ବର ୨୮ରେ ସୋନିଆ ଗାନ୍ଧି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

Leave a Reply

Your email address will not be published. Required fields are marked *