
ସୂଚନା ଯୋଗ୍ୟ, ୭୩ ବର୍ଷୀୟ ଜଗଦୀପ ଧନଖଡ଼ଙ୍କର ଶନିବାର ବିଳମ୍ବିତ ରାତିରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଥିଲା । ତାଙ୍କୁ ରାତି ପ୍ରାୟ ୨ଟା ସମୟରେ ଏମସର କ୍ରିଟିକାଲ୍ କେୟାର ୟୁନିଟ୍ (ସିସିୟୁ)ରେ ଭର୍ତ୍ତି କରାଯାଇଛି । ଏମସର ହୃଦ ରୋଗ ବିଶେଷଜ୍ଞ ଡାକ୍ତର ରାଜୀବ ନାରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି । ଉପ ରାଷ୍ଟ୍ରପତିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସାରେ ନିୟୋଜିତ ହୋଇଛନ୍ତି । ତାଙ୍କର ଅସୁସ୍ଥତା ଖବର ଜାଣିବା ମାତ୍ରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିଲ୍ଲୀ ଏମ୍ସରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।
