
ମନ୍ମଥ ଆଉ ମଧ୍ୟ କହିଛନ୍ତି ପଣ୍ଡିଆନ ଦରବାର ବସାଇଥିବା ଖବରକୁ ମିଥ୍ୟା । ସେଠି କେବଳ ନବୀନ ଦରବାର ବସିଥାଏ । ବିଜେଡ଼ିର ଏଭଳି ସ୍ଥିତି ପାଇଁ ପଣ୍ଡିଆନ ନିଜକୁ ଦାୟୀ କରିଛନ୍ତି । କିନ୍ତୁ ପୁରା ଟିମର ଭୁଲ ନଥିଲା, କିଛି ଲୋକଙ୍କ ଭୁଲ ଥିଲା। କିଛି ମାତ୍ରାରେ ବ୍ୟକ୍ତିମାନେ ଭୁଲ ଥିଲେ। ତାର ରେଜଲ୍ଟ ଆମକୁ ମିଳିଲା। ଆମକୁ ବହୁମତ ମିଳିଲାନି । ଯେଉଁମାନଙ୍କର ଅହଙ୍କାର ଅଛି, ଯେଉଁମାନେ ଭୁଲ କରିଥିଲେ ସେମାନେ ଭୁଲ ମାନୁଛନ୍ତି । । ସମସ୍ତେ ଗ୍ରାସ୍ ରୁଟ୍ରେ ରହିବା ପାଇଁ ନବୀନ ପଟ୍ଟନାୟକ କହିଛନ୍ତି । ଆମକୁ ଅସୁବିଧା ହେଲେ ନବୀନ ଓହ୍ଲେଇ ଆସିବେ
ସେହିପରି ଗଣମାଧ୍ୟମ ଆଗରେ ବଡଭାଇ ସିଦ୍ଧାର୍ଥଙ୍କ ନାଁ ନ ନେଇ ବର୍ଷିଛନ୍ତି ମନ୍ମଥ। ସେ କହିଛନ୍ତି, ସୁର ରାଉତରାୟଙ୍କ ଘରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯେ ବାରମ୍ବାର ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି । ଦିନେ ନିଜେ ସେହି ବ୍ୟକ୍ତି ବାରମ୍ବାର ଯାଇକି ନବୀନ ଓ ପାଣ୍ଡିଆନଙ୍କୁ ଦେଖା କରୁଥିଲେ। ସେତେବେଳେ ପାଣ୍ଡିଆନ ଓ ନବୀନ ବାବୁ ଭଲ ଲାଗୁଥିଲେ ହେଲେ ରିଜେକ୍ଟ ହୋଇଗଲେ ବୋଲି ଏବେ ସେ ଗାଳି କରୁଛନ୍ତି। କେବଳ ଏତିକି ନୁହଁ ସେ ସେହି ବ୍ୟକ୍ତି ଜଣଙ୍କ ବିଜେପିର ବଡ଼ ନେତାଙ୍କୁ ଦିଲ୍ଲୀରେ ଦେଖା କରିଥିଲେ। ସେଠାର ମଧ୍ୟ ତାଙ୍କ ଦାବି ରଖିଥିଲେ। ହେଲେ ସେଠି ବି ରିଜେକ୍ଟ ହୋଇଯାଇଥିଲେ । ତେଣୁ ମୁଁ ଧନ୍ୟବାଦ ଦେବି ବିଜେପି ଓ ବିଜେଡିକୁ, କାହିଁକି ନା ସେ ବ୍ୟକ୍ତିଙ୍କୁ ଚିହ୍ନି ପାରି ରିଜେକ୍ଟ କରିଦେଲେ। ୨ଟି ରିଜେକ୍ଟ ପରେ ଥାର୍ଡ ଅପସନ୍ରେ ପହଞ୍ଚିଲେ ସେହି ବ୍ୟକ୍ତି ଜଣଙ୍କ। ନବୀନ ବାବୁ ଓ ପାଣ୍ଡିଆନ ନାଁ ଧରି ଗଣମାଧ୍ୟମରେ ଆସିବାକୁ ଚେଷ୍ଟା କଲେ। କାଳେ ଏପରି କରିବା ଦ୍ୱାରା ଯେ ଯେଉଁ ପାର୍ଟିରେ ଅଛନ୍ତି, କାଳେ କେଉଁ ପଦବୀ ମିଳିଯିବ? କିନ୍ତୁ ସେମିତି କିଛି ହେଲାନି।
