
ଏହି ସମୟରେ ସରକାରୀ ଅଫିସ୍ ଖୋଲା ରହିବ, ଜରୁରୀ ସେବା ଓ ସ୍କୁଲକୁ କର୍ଫ୍ୟୁରୁ ବାଦ୍ ଦିଆଯାଇଛି। କିନ୍ତୁ ପ୍ରଦର୍ଶନ, ଶୋଭାଯାତ୍ରା ତଥା ଲୋକ ଗହଳିକୁ ବାରଣ କରାଯାଇଛି।
ସିପି କହିଛନ୍ତି ଉପଦ୍ରବକାରୀଙ୍କୁ ବରଦାସ୍ତ କରାଯିବନି। ନିୟମ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଉପଦ୍ରବ କଲା ମାତ୍ରେ ବଳ ପ୍ରୟୋଗ କରାଯିବ। ଆଜିର ଗଣ୍ଡଗୋଳରେ ମୋଟ୍ ୨୫ ପୋଲିସ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସୂଚନା ଯୋଗ୍ୟ; ଦଶହରା ଭସାଣ ଶୋଭାଯାତ୍ରା ସମୟରେ କଟକରେ ଘଟିଥିବା ଗଣ୍ଡଗୋଳ ଘଟଣା ପ୍ରତିବାଦରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସୋମବାର ସହରରେ ବନ୍ଦ ଡାକରା ଦିଆଯାଇଛି। ଦରଘାବଜାର ନିକଟରେ ପୁଲିସ ଶୋଭାଯାତ୍ରାକୁ ଅଟକାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଓ ଶୋଭାଯାତ୍ରାକାରୀ ମୁହାଁମୁହିଁ ହୋଇଥିଲେ। ପୁଲିସ ଉପରକୁ ଢେଲାପଥର ମାଡ଼ ହୋଇଥିଲା। ଫଳରେ ପୁଲିସ ପକ୍ଷରୁ ଲାଠିମାଡ଼ କରାଯିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ଉପୁଜିଥିବା ଉତ୍ତେଜନା କାରଣରୁ କଟକରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ପାଇଁ କଟକଣା ଲଗାଯାଇଛି। ଏହାପରେ ଦୁଇଟି ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଏବେ ସ୍ଥିତିକୁ ଦୃଷ୍ଟିରେ ରଖି କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି।
