ରେଳବାଇ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସନ୍ଧ୍ୟାରେ କଟକ ରେଳ ଷ୍ଟେସନର ୨ୟ ପ୍ରବେଶ ଦ୍ୱାରକୁ ଉଦ୍ଘାଟନ କରି ଅମୃତ ଷ୍ଟେସନ୍ ଯୋଜନା ଅନ୍ତର୍ଗତ ଷ୍ଟେସନର ପୁନର୍ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରିଛନ୍ତି । ପୂର୍ବପାର୍ଶ୍ଵ ଷ୍ଟେସନ ଭବନ ସହିତ ଏହି ନୂତନ ପ୍ରବେଶ, ଯାତ୍ରୀ ମାନଙ୍କ ଯାତାୟାତରେ ଉନ୍ନତ କରିବାକୁ, ଆଧୁନିକ ସୁବିଧା, ନିରାପତ୍ତା ଏବଂ ପରିଷେବା ପ୍ରଦାନ କରିବାକୁ ସ୍ଥିର ହୋଇଛି ।
୨ୟ ପ୍ରବେଶ ଦ୍ୱାର ଜାତୀୟ ରାଜପଥ ପାର୍ଶ୍ୱରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ନିରନ୍ତର ଗତି ଯୋଗାଇବା ପାଇଁ ଡିଜାଇନ୍ କରାଯାଇଛି, ଯାହା ଷ୍ଟେସନକୁ ଯାତାୟାତ ପାଇଁ ଅଧିକ ସୁଗମ କରିଥାଏ ଏବଂ ସହଜ ପ୍ରବେଶ ସୁନିଶ୍ଚିତ କରିଥାଏ । ୩୦୩ କୋଟି ଟଙ୍କାର ଏହି ବିକାଶ ଏକ ଉଚ୍ଚକୋଟୀର ପ୍ରକଳ୍ପର ଏକ ଅଂଶ ଯାହାକି କଟକ ରେଳ ଷ୍ଟେସନକୁ ବିଶ୍ୱ ସ୍ତରୀୟ ସୁବିଧା ସହିତ ଏକ ଆଧୁନିକ ପରିବହନ ହବରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି
