
ବିଗତ ୭୫ ବର୍ଷ ଭିତରେ ମହିଳାଙ୍କ ଅନେକ ଯୋଗଦାନ ରହିଛି । ମହିଳାଙ୍କୁ ସମାନତା ନେଇ ସରକାର ଅଗ୍ରାଧିକାର ଦେଉଛନ୍ତି । ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଏକ କ୍ରାନ୍ତିକାରୀ ପଦକ୍ଷେପ ବୋଲି କହିଛନ୍ତି ରାଷ୍ଟ୍ରପତି ।
ରାଷ୍ଟ୍ରପତି ପୁଣି କହିଛନ୍ତି ଯେ ଆଜି ଭାରତ ଅନ୍ତର୍ଜାତୀୟ ମଞ୍ଚରେ ନେତୃତ୍ୱ ନେଉଛି । ଆମ ସମ୍ବିଧାନର ବ୍ଲୁପ୍ରିଣ୍ଟ ବିନା ଏହି ପରିବର୍ତ୍ତନ ସମ୍ଭବ ହୋଇନଥାନ୍ତା । ସରକାର ଶିକ୍ଷା କ୍ଷେତ୍ରରେ ନିଜର ପୁଞ୍ଜିନିବେଶ ବୃଦ୍ଧି କରିଛନ୍ତି ଏବଂ ଶିକ୍ଷାର ସୁଦୃଢ଼ ଭିତ୍ତିଭୂମିର ଉନ୍ନତି ଆଣିବା ପାଇଁ ସମସ୍ତ ପ୍ରୟାସ କରିଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରକୁ ସମ୍ୱୋଧିତ କରି କହିଛନ୍ତି ଯେ ଦେଶର ବୈଜ୍ଞାନିକ, ପ୍ରଯୁକ୍ତି ବିଶେଷଜ୍ଞ ପୂର୍ବାପେକ୍ଷା ବହୁ ଉଚ୍ଚ ଲକ୍ଷ୍ୟ ହାସଲ କରୁଛନ୍ତି ।
