ଗ୍ରାମ୍ୟ ନିର୍ମାଣ ବିଭାଜନ – ୧, ଯାଜପୁର ଦ୍ଵାରା ଦଶରଥପୁର ପଞ୍ଚାୟତ ସମିତି ଅଧିନସ୍ଥ ମଲ୍ଲିକାପୁର ପଞ୍ଚାୟତର ମଲ୍ଲିକାପୁରରେ ଅବସ୍ଥିତ ଶଙ୍ଖୁଆ ନାଳ ଉପରେ ସେତୁ ନିର୍ମାଣ କାର୍ଯ୍ୟ ଚାଲୁଅଛି। ଏହି ସେତୁ ବଉଳାଙ୍ଗରୁ ଆଖୁଆସାହି ଯାଇଥିବା ମୁଖ୍ୟ ରାସ୍ତା ଉପରେ ଅବସ୍ଥିତ। ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାର ଛାତ୍ରଛାତ୍ରୀ ସାଧୁ ଗୈାଡେଶ୍ଵର କଲେଜକୁ ଏହି ରାସ୍ତା ଦେଇ ଯାଇଥାନ୍ତି। ସେତୁ କାର୍ଯ୍ୟ ଚାଲୁ ଥିବାରୁ ଯିବା ଆସିବା କରିବା ପାଇଁ ବିଭାଗ ତରଫରୁ ଏକ ଡାଇଭରସନ୍ ରୋଡ଼ କରାଯାଇଛି। ଯାହା ପାଇଁ ସେତୁ ନିର୍ମାଣ ଏଷ୍ଟିମେଣ୍ଟ ରେ ସ୍ଵତନ୍ତ୍ର ବ୍ୟୟବରାଦ ଅଛି। କିନ୍ତୁ ଠିକାଦାରଙ୍କ ଲାଭଖୋର ମନୋବୃତ୍ତି ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଫଳରେ ବିଲ ମଝିରେ ଖାଲି ଘାସ ଚାଞ୍ଛି ଡାଇଭରସନ୍ ରୋଡ଼ ତିଆରି କରା ଯାଇଛି। ନା ମାଟି ପକାଇ ଉଚ୍ଚା କରା ଯାଇଛି ନା ମୋରମ ମେଟାଲିଂ କରାଯାଇଛି। ଯାହା ଫଳରେ ସାମାନ୍ୟ ବର୍ଷାରେ ଡାଇଭରସନ୍ ରୋଡ଼ଟି ବୁଡ଼ି ଯାଉଛି। ଯେଉଁଥିପାଇଁ ସେ ରାସ୍ତା ଦେଇ ଯିବା ଆସିବା ସମ୍ଭବ ହେଉନାହିଁ। ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପ୍ରତିକାର ନକଲେ ଆଗାମୀ ଦିନରେ ଜୋରଦାର ପ୍ରତିବାଦ କରାଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
