ଦଶରଥପୁର ୨୪/୭ (ମନୋରଞ୍ଜନ ମଲ୍ଲିକ):
ସରକାର ପ୍ରାଥମିକ ଶିକ୍ଷାର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହା କେବଳ ପ୍ରଚାର ପ୍ରସାରରେ ସିମିତ ରହୁଥିବା ନେଇ ଦେଖିବା ପାଇଁ ମିଳିଛି | ଏମିତି ଏକ ଘଟଣା ଦେଖିବା ପାଇଁ ମିଳିଛି ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ଥ ଦୁବକଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଷେତ୍ରରେ | ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କର ପାଠପଢା ପାଇଁ ମାତ୍ର ୪ ଗୋଟି ଶ୍ରେଣୀ ପ୍ରକୋଷ୍ଟ ରହିଛି | ସେହିପରି ସୁରେଶ ବେହେରା ନାମକ ଜଣେ ଶିକ୍ଷକ ୧୭/୭/୨0୨୩ ରିଖରେ ଏହି ବିଦ୍ୟାଳୟରେ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ କାର୍ଯ୍ୟରେ ଯୋଗଦେବାର ଠିକ ଏକ ମାସ ପରେ ୧୮/୮/୨୩ ରିଖଠାରୁ ଶିକ୍ଷକ ସୁରେଶ ବେହେରା ଆଉ ବିଦ୍ୟାଳୟକୁ ଆସୁନାହାନ୍ତି | ସୁରେଶ ବେହେରା କାହିଁକି ବିଦ୍ୟାଳୟକୁ ଆସୁନାହାନ୍ତି ବୋଲି ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ମୁଁ କିଛି ଜାଣି ନାହିଁ କି ସେ ମତେ ଛୁଟି ଦରଖାସ୍ତ ଦେଇ ଯାଇନାହାନ୍ତି ବୋଲି କହିଥିଲେ | ସେହିପରି ବିଦ୍ୟାଳୟର ଅନ୍ୟଜଣେ ଶିକ୍ଷୟତ୍ରୀ ଏପ୍ରିଲ ୧୬ ତାରିଖରୁ ମାଟ୍ରିନିଟ ଲିଭରେ ରହିଥିବା ବେଳେ ବର୍ତ୍ତମାନ ୨ ଜଣ ଶିକ୍ଷକ ଓ ଅନ୍ୟ ଜଣେ ପାର୍ଟ ଟାଇମ ଶିକ୍ଷକ ୮ ଗୋଟି ଶ୍ରେଣୀରେ ଶିକ୍ଷାଦାନ ଦେଉଥିବା ଦେଖିବା ପାଇଁ ମିଳିଛି | ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୩୩ ଜଣ ଛାତ୍ର ଛାତ୍ରୀ ରହିଥିବା ବେଳେ ଶିକ୍ଷକ ଅଭାବରୁ ଛାତ୍ର ଛାତ୍ରୀ ମାନେ ଖାଲି ବିଦ୍ୟାଳୟକୁ ଯାଇ ବସି ବସି ଫେରି ଆସୁଥିବା ଦେଖିବା ପାଇଁ ମିଳିଛି | ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହିକି ପ୍ରାୟ ଏକ ବର୍ଷ ହେବ ଏହି ବିଦ୍ୟାଳୟର ଶିକ୍ଷକ ସୁରେଶ ବେହେରା ବିଦ୍ୟାଳୟକୁ ଆସୁନଥିବା ବେଳେ ଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷପ ନନେବାକୁ ନେଇ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି | ଏହି ବିଦ୍ୟାଳୟଟି ଯାଜପୁର କୟାଁଗୋଲା ଜାତୀୟ ରାଜପଥକୁ ଲାଗି ରହିଥିବା ବେଳେ ବିଦ୍ୟାଳୟରେ ଶିକ୍ଷକ ଅଭାବ ପାଇଁ ବିଦ୍ୟାଳୟରେ ଥିବା ଶିକ୍ଷକ ମାନେ କେବଳ ଛାତ୍ର ଛାତ୍ରୀଙ୍କୁ ପାଠ ପଢେଇବା ପରିବର୍ତ୍ତେ ଜଗିବା ସାର ହେଉଛି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି | ସରକାର ପ୍ରାଥମିକ ଶିକ୍ଷାର ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷପ ନେଉଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ସରକାରଙ୍କର ସମସ୍ତ ଯୋଜନା ଏଠାରେ ଫେଲ ମାରିଥିବା ଦେଖିବା ପାଇଁ ମିଳିଛି | ତେଣୁ ଖୁବ ଶୀଘ୍ର ଶିକ୍ଷକ ସୁରେଶ ବେହେରାଙ୍କୁ ଏହି ବିଦ୍ୟାଳୟରୁ ଅନ୍ୟତ୍ର ବଦଳି କରିବା ସହ ତାଙ୍କ ସ୍ଥାନରେ ଆଉଜଣେ ନୂତନ ଶିକ୍ଷକ ନିଯୁକ୍ତି କରିବା ପାଇଁ ଛାତ୍ର ଅଭିଭାବକ ଓ ଗ୍ରାମବାସୀ ମାନଙ୍କ ପକ୍ଷରୁ ଦାବି ହୋଇଛି | ୧୫ ଦିନ ମଧ୍ୟରେ ଶିକ୍ଷକ ସୁରେଶ ବେହେରାଙ୍କୁ ଏହି ବିଦ୍ୟାଳୟରୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଆଉଜଣେ ନୂତନ ଶିକ୍ଷକ ନିଯୁକ୍ତି କରାନଗଲେ ବିଦ୍ୟାଳୟ ଗେଟରେ ତାଲା ପକାଇ ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଗ୍ରାମବାସୀ, ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ପକ୍ଷରୁ ଧାରଣା ଦିଆଯିବ ବୋଲି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଭିରାମ ମଲ୍ଲିକ, ଯୁବସମାଜସେବୀ ଜୟପ୍ରକାଶ ନାୟକ, ଶରତ ମଲ୍ଲିକ, ଲକ୍ଷ୍ମଣ ସେଠି, ସୁଶାନ୍ତ ଯେନା, ନିରଞ୍ଜନ ବାରିକ, ମାନସ ଯେନା ପ୍ରମୁଖ ଚେତାବନୀ ଦେଇଛନ୍ତି |
Oplus_131072 