Oplus_131072

ଭୁବନେଶ୍ୱର,୨।୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଓଡିଶା ଭିଜିଲାନ୍ସ ପକ୍ଷରୁ ବ୍ୟାପକ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ବିଭାଗ ଏହାର ଡ୍ରାଇଭକୁ ଜୋରଦାର କରିଛି ଏବଂ ଏପର୍ଯ୍ୟନ୍ତ ଏହା ୮ ଟି ପ୍ରଥମ ଶ୍ରେଣୀ ଅଧିକାରୀ, ୨ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ଏବଂ ଜଣେ ତୃତୀୟ ଶ୍ରେଣୀ ଅଧିକାରୀଙ୍କ ବିରୋଧରେ ୧୧ ଟି ଆୟ ବହିର୍ଭୁତ ସମ୍ପତ୍ତି (ଡିଏ) ମାମଲା ରୁଜୁ କରିଛି। ଏହି ତଥ୍ୟ ଜୁନ୍ ୧୨ ରୁ ଅଗଷ୍ଟ ୨୫, ୨୦୨୪ ପର୍ୟ୍ୟନ୍ତ ଅଟେ।

ଭିଜିଲାନ୍ସ ବିଭାଗ ଦ୍ୱାରା ଏପର୍ଯ୍ୟନ୍ତ ଜବତ ହୋଇଥିବା ସମୁଦାୟ ଅନୁପଯୁକ୍ତ ସମ୍ପତ୍ତିର ମୂଲ୍ୟ ୪୯,୩୫,୯୮,୭୧୪ ଟଙ୍କା ହେବ। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ବିଧାନସଭାରେ ଦେଇଛନ୍ତି।

ସରକାରଙ୍କ ଅନୁଯାୟୀ, ୧୨.୦୬.୨୦୨୪ ରୁ ୨୫.୦୮.୨୦୨୪ ପର୍ୟ୍ୟନ୍ତ ୬ ଟି ପ୍ରଥମ ଶ୍ରେଣୀ ଅଧିକାରୀ, ଦୁଇ ଦ୍ୱିତୀୟ ଶ୍ରେଣୀ ଅଧିକାରୀ, ୧୯ ତୃତୀୟ ଶ୍ରେଣୀ ଅଧିକାରୀ, ଜଣେ ସରପଞ୍ଚ ଏବଂ ଚାରିଜଣ ବ୍ୟକ୍ତିଗତ ବ୍ୟକ୍ତିଙ୍କ ବିରୋଧରେ ୨୬ ଟି ମାମଲା ପଞ୍ଜିକୃତ ହୋଇଛି।

ସେହି ସମୟ ମଧ୍ୟରେ ଭିଜିଲାନ୍ସ ଦ୍ୱାରା ବିପୁଳ ପରିମାଣର ସରକାରୀ ଅର୍ଥର ଅପବ୍ୟବହାର ହେତୁ ଦୁଇ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ବିରୋଧରେ ୨ ଟି ଦୁର୍ନୀତି ମାମଲା ମଧ୍ୟ ପଞ୍ଜିକୃତ ହୋଇଛି। ଭିଜିଲାନ୍ସ ବିଭାଗ ୧୬ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଏବଂ ୪ ଦ୍ୱିତୀୟ ଶ୍ରେଣୀ ଅଧିକାରୀଙ୍କ ସମେତ ୪୫ ଜଣଙ୍କୁ ଗିରଫ କରି ଜେଲ ହେପାଜତକୁ ପଠାଇଛି।

ଏହି ମଧ୍ୟରେ ଚାରିଜଣ ମୁଖ୍ୟ ଇଞ୍ଜିନିୟର-ପଦବୀ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ରାଜଧାନୀ ଭୁବନେଶ୍ୱର ଏବଂ ଅନ୍ୟାନ୍ୟ ଜିଲା ମୁଖ୍ୟାଳୟର ୧୯୬ ଟି ପ୍ଲଟ୍ ଚିହ୍ନଟ କରାଯାଇଛି। ସେହିଭଳି ଭୁବନେଶ୍ୱର ଏବଂ ଜିଲା ମୁଖ୍ୟାଳୟ ତଥା ଓଡ଼ିଶା ବାହାରେ ୨୪ ଟି ଫ୍ଲାଟ ଯବନ୍ତ ହୋଇଛି। ଏହା ବ୍ୟତୀତ ୪ କିଲୋରୁ ଅଧିକ ଓଜନ ସୁନା, ୯.୨୧ କୋଟି ଟଙ୍କା ମୂଲ୍ୟର ଜମା ଏରବ ନଗଦ ୨୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।

Leave a Reply

Your email address will not be published. Required fields are marked *