ରାଜ୍ୟରେ ନୂଆ ରୂପରେ ନୂଆ ଉତ୍ସାହର ସହିତ ଆରମ୍ଭ ହେବ ବିଭିନ୍ନ ମିଶନ । ପୂର୍ବ ସରକାରରେ ଲାଗୁ ହୋଇଥିବା ଆଳୁ ମିଶନ, ପିଆଜ ମିଶନ ପନିପରିବା ମିଶନ ଭଳି ଅନେକ ମିଶନ ଫେଲ୍ ମାରିଛି । ସେସବୁ ମିଶନକୁ ଆଉ ଥରେ ନୂଆ ରୂପରେ ନୂଆ ଉତ୍ସାହର ସହିତ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ପନିପରିବା, ତୈଳବୀଜ ଉତ୍ପାଦନରେ ରାଜ୍ୟ ସ୍ବାବଲମ୍ବୀ ହେବ । ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳତା ଧୀରେ ଧୀରେ ବନ୍ଦ କରାଯିବ । ଓୟୁଏଟିର ୬୩ତମ ବାର୍ଷିକ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏଭଳି କହିଛନ୍ତି । ଓୟୁଏଟିର କୃଷି ବୈଜ୍ଞାନିକ ମାନଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ଓ ଉତ୍କୃଷ୍ଟ ମାନର ବିହନ ବାହାର କରିବା ପାଇଁ କହିଛନ୍ତି । ସେହିଭଳି ଶୀତଳଭଣ୍ଡାରକୁ ପ୍ରସ୍ତୁତ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *