ଭୁବନେଶ୍ବର: କେନ୍ଦ୍ରୀୟ ଡେପୁଟେସନରୁ ଫେରିଲେ ଓଡ଼ିଆ କ୍ୟାଡର ବରିଷ୍ଠ ପୁଲିସ ପ୍ରଶାସନିକ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆ। ସେ ୱାଇବି ଖୁରାନିଆ ଭାବେ ବେଶ ଜଣାଶୁଣା। ୱାଇବି ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ଓଡ଼ିଶାର ପରବର୍ତ୍ତି ପୁଲିସ ମହାନିର୍ଦେଶକ (ଡିଜିପି) ନେଇ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶାର ପରବର୍ତ୍ତି ପୁଲିସ ମହାନିର୍ଦେଶକ(ଡିଜିପି) ଭାବେ ଯୋଗେଶ ବାହାଦୂର ଖୁରାନିଆଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇପାରନ୍ତି। ଏ ନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟର ପ୍ରସ୍ତାବକୁ ଅନୁମୋଦନ କରିଥିବା ସୂଚନା ମିଳିଛି। ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ ୱାଇବି ଖୁରାନିଆ ପୂର୍ବରୁ ପୁଲିସ କମିଶନର ଥିଲେ । ଏବେ ବିଏସଏଫରେ ସ୍ପେଶାଲ ଡିଜି ଅଛନ୍ତି ୱାଇବି ଖୁରାନିଆ।

