
୨୦୧୯ ମସିହା ଫେବୃଆରୀ ୧୪ ତାରିଖ ଜମ୍ମୁକାଶ୍ମୀର ପୁଲୱାମାରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଥିଲା । ସିଆରପିଏଫ୍ ଯବାନମାନେ ଗାଡିରେ ପୁଲୱାମାର ଜାତୀୟ ରାଜପଥରେ ଯାଉଥିବା ସମୟରେ ସେମାନଙ୍କ ଉପରକୁ ଆକ୍ରମଣ କରିବାକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଗୋଟିଏ ଛୋଟିଆ ଗାଡିଲେ ରଖାଯାଇଥିଲା ୩ଶହ କିଲୋର ବସ୍ପୋରକ । ଆଉ ସୁଯୋଗ ପାଇବା ମାତ୍ରେ ୩ଶହ କିଲୋର ବିସ୍ଫୋଟକ ଧରି ସିଆରପିଏଫ୍ ଗାଡିର କାରକୁ ମାଡ କରିଥିଲେ ଆତଙ୍କବାଦୀ । କିଏ କିଛି ଭାବିବା ଆଗରୁ ଘଟିଥିଲା ବସ୍ଫୋରଣ । କିଛି କ୍ଷଣ ମଧ୍ୟରେ ସାରା ଅଞ୍ଚଳରେ ହଇଚଇ ସୃଷ୍ଟି ହେବା ସହିତ ଚାରିଆଡେ ଖେଳିଗଲା କଳା ବାଦଲ । ତା ପରେ ଏହି ବିସ୍ପୋରଣରେ ପ୍ରାୟ ୪୦ ଜଣ ବୀର ଯବାନ ଶହୀଦ ହୋଇଗଲେ । ରକ୍ତରେ ଭିଜିଥିଲା ପୁଲଓ୍ବାମା ଜାତୀୟ ରାଜପଥ । ଅନେକ ଯବାନ ଆହତ ମଧ୍ୟ ହୋଇଥିଲେ ।
