କେବଳ ଚାଷ କ୍ଷେତ୍ର ନୁହେଁ, ସୁଭଦ୍ରା ଭଳି ଯୋଜନା ଯୋଗୁଁ ଆଜି ରାଜ୍ୟର ଅନେକ ମହିଳା ଲାଭାନ୍ୱିତ। ମହିଳାଙ୍କର ସଶକ୍ତିକରଣ କଥା ହେଉ ଅବା କୃଷିର ଭିତ୍ତିଭୂମି ବିକାଶ, ସବୁଥିରେ ଓଡ଼ିଶା ସାରା ବିଶ୍ୱରେ ଦୃଷ୍ଟାନ୍ତ ହେବ, ଏହା ଆମର ବିଶ୍ୱାସ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ, କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ, ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଏକ ସ୍ୱତନ୍ତ୍ର ମାଧ୍ୟମ, କୃଷକ ମାନଙ୍କୁ ଯାନ୍ତ୍ରିକ ସଶକ୍ତ କରାଇବା ପାଇଁ। ଏହି ଅଭିଯାନ, ଓଡିଶାରୁ ଆରମ୍ଭ ହେଉଛି ଏବଂ ଏହାର ଉପଲବ୍ଧତା ଓଡ଼ିଶାର କୃଷକଙ୍କ ନିକଟରେ ପହଂଚିବ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓଁ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପ୍ରମୁଖ ଶାସନ ସଚିବ, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଏବଂ ଓୟୁଏଟିର କୁଳପତି, ପ୍ରଫେସର୍ ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।

ଉକ୍ତ କାର୍ଯ୍ୟକ୍ରମ ରେ ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ତଥା ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ମଙ୍ଗିଲାଲ୍ ଜାଟ୍ ସ୍ୱାଗତ ଭାଷଣ ଦେଇଥିବା ବେଳେ କୃଷି ବିଭାଗ ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *