
ସେ ଆଉ ମଧ୍ୟ କହିଛନ୍ତି ମୁଁ ସିଧାସଳଖ ମୁଖ୍ୟମନ୍ତ୍ରୀ ହୋଇ ନାହିଁ। ସରପଞ୍ଚରୁ ନିର୍ବାଚିତ ହୋଇ ଆଜି ଏହି ପଦବୀରେ ପହଞ୍ଚିଛି। ମୁଁ ତୃଣମୂଳ ପ୍ରଶାସନର କଥା ଜାଣିଛି। ମୁଁ ଆଦିବାସୀ ଲୋକ, ମୋ ସରଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ। ଜିଲ୍ଲାପାଳଙ୍କ ଜରିଆରେ ବିଡିଓଙ୍କ ରିପୋର୍ଟ କାର୍ଡ ମଗାଯିବ । ଏଣୁ ବିଜେଡି ସରକାର ସମୟରେ ଯେମିତି କାର୍ଯ୍ୟ କରୁଥିଲେ ତାହାକୁ ଭୁଲି ଲୋକଙ୍କ ପାଇଁ କାମ କରନ୍ତୁ ।
ଏହା ସହ ବିଧାୟକ ଅଭିଯୋଗ କରୁଛନ୍ତି ବିଡିଓ ଆମ କଥା ଶୁଣୁ ନାହାନ୍ତି । ଜନ ପ୍ରତିନିଧି ଆସି ମୋତେ କହୁଛନ୍ତି, ତାଙ୍କୁ ବିଡିଓ ସମ୍ମାନ ଦେଉ ନାହାନ୍ତି। ଆପଣମାନେ ଲୋକଙ୍କ କଥା ଶୁଣିବାକୁ ବସିଛନ୍ତି, ସେ ତ ଜନ ପ୍ରତିନିଧି ତାଙ୍କ କଥା କାହିଁକି ଶୁଣିବେ ନାହିଁ ।
ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଫିଲ୍ଡ ଭିଜିଟ୍ ନକଲେ ଯୋଜନା ବାଟବଣା ହେଉଛି । ଭୂତ ହିତାଧିକାରୀ ବହାରୁଛନ୍ତି । ତେଣୁ ଫିଲ୍ଡ ଭିଜିଟ୍ କରି ପ୍ରକୃତ ହିତାଧିକାରୀ ଚିହ୍ନଟ କରିବାକୁ ପରାମର୍ଶ ଦିଆଯାଇଛି । ଏ ସରକାର ଲୋକଙ୍କ ସରକାର ଆଉ ମୁଁ ଲୋକଙ୍କ ମୁଖ୍ୟମନ୍ତ୍ରୀ । ତେଣୁ ଲୋକଙ୍କ ସମସ୍ୟା ଶୁଣି ସମାଧାନ କରିବା ମୋ କର୍ତ୍ତବ୍ୟ । ବ୍ଲକରେ ସମସ୍ୟା ସମାଧାନ ହେଲେ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିବେନି । ଦୁର୍ନୀତି ପ୍ରତି ଜିରୋ ଟଲରେନ୍ସ । ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ । ଭିଜିଲାନ୍ସକୁ ଖୋଲା ଛାଡ଼ି ଦେଇଛି (ଆଖି ନାହିଁ କାନ ନାହିଁ ବାଜିଗଲେ ଦୋଷ ନାହିଁ)। ଦୁର୍ନୀତି କଲେ ଭିଜିଲାନ୍ସ ଧରିବ । ସମସ୍ତଙ୍କ ପରଫରମାନ୍ସ ମନିଟର କରାଯାଉଛି । ତେଣୁ ସ୍ଵଚ୍ଛତାର ସହ କାମ କରିବାକୁ ନିର୍ଦ୍ଧେଶ ଦେଲେ ମୁଖ୍ୟମନ୍ତ୍ରୀ ।
