ପ୍ୟାରିସ୍ ଅଲିମ୍ପିକ୍ସର ୫୦ କିଲୋଗ୍ରାମ ଓଜନ ବର୍ଗର ମହିଳା କୁସ୍ତି ଫାଇନାଲରେ ପ୍ରବେଶ କରିବା ପରେ ମଧ୍ୟ ନିଜର ଓଜନ ପାଇଁ ଡିସ୍କ୍ୱାଲିଫାଏଡ୍ ହେବାରୁ ଯୁଗ୍ମ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ ଭାରତର କୁସ୍ତିଯୋଦ୍ଧା ବିନେଶ ଫୋଗାଟ । କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CAS ବିନେଶଙ୍କ ଯୁଗ୍ମ ରୌପ୍ୟ ପାଇଁ କରିଥିବା ଆବେଦନକୁ ମଧ୍ୟ ଗ୍ରହଣ କରିଛନ୍ତି। ଯାହାର ଶୁଣାଣି ଭାରତୀୟ ସମୟ ଅନୁସାରେ ଆଜି ୯.୩୦ ଟାରେ ହେବାକୁ ଯାଉଛି । ତାଙ୍କୁ ରୌପ୍ଯ ପଦକ ପ୍ରଦାନ କରାଯିବ କି ନାହିଁ ଏ ନେଇ ଆଜି ସର ଦେଶ ଅପେକ୍ଷା କରି ରହିଛି ।
ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଲଗାତର ଭିନେତଶ ତିନୋଟି ମୁକାବିଲା ଜିତି ଫାଇନାଲ୍ରେ ପହଞ୍ଚିଥିଲେ। କିନ୍ତୁ ମାତ୍ର ୧୦୦ ଗ୍ରାମ୍ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍କ୍ୱାଲିଫାଏଡ୍ ଘୋଷଣା କରାଯାଇଥିଲା। ମାତ୍ର ଶହେ ଗ୍ରାମ ଅଧିକ ଓଜନ ପାଇଁ ସ୍ବର୍ଣ୍ଣ ପଦକ ମୁକାବିଲାରୁ ବାଦ୍ ପଡ଼ିଥିଲେ ଭିନେଶ।

