mohan majhi at Joranda mahima pitha

ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ମହିମା ପୀଠରେ ପହଞ୍ଚି ପ୍ରଥମେ ଧୂନି ମନ୍ଦିରରେ ଅଲେଖ ସ୍ଵାମୀଙ୍କ ଆଶୀର୍ବାଦ ନେଇଥିଲେ । ପରେ ଭଜନ ମଣ୍ଡପରେ ପହଞ୍ଚି ମହିମା ସାଧୁଙ୍କ ସହ ଆଲୋଚନା କରିଥିଲେ । ବକଳ ଧାରୀ ମହିମା ସମାଜର ସାଧୁମାନଙ୍କ ସହ ମୁଖ୍ୟମନ୍ତ୍ରୀ ପୀଠର ଉନ୍ନତିକରଣ ସଂପର୍କରେ ଆଲୋଚନା କରିଥିଲେ । ପ୍ରସାଦ ସେବନ ପରେ ଶୂନ୍ୟ ମନ୍ଦିରକୁ ଯାଇ ସେଠାରେ ଝାଡ଼ ଦୀପ ପ୍ରଜ୍ବଳନ ଦେଖିବା ସହ ମହିମା ସାଧୁ ସନ୍ଥଙ୍କ ଆଶୀର୍ବାଦ ନେଇଥିଲେ । ଶୂନ୍ୟ ମନ୍ଦିର ଚତୁଃପାର୍ଶ୍ୱ ବୁଲି ଅଲେଖ ପରଂବ୍ରହ୍ମଙ୍କ ଆଶୀର୍ବାଦ ନେଇଥିଲେ ।
mohan majhi at Joranda mahima pitha
 
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ବିବୃତ୍ତି ଦେଇ କହିଛନ୍ତି ଯେ ଏହି ପବିତ୍ର ପୀଠକୁ ଆସି ମୁଁ ନିଜକୁ ଧନ୍ୟ ମନେକରୁଛି । ମହିମା ପୀଠର ବିକାଶ ପାଇଁ ମହିମା ସାଧୁ, ମହିମା ଧର୍ମାବଲମ୍ବୀ, ଅଞ୍ଚଳବାସୀ ଦାବୀ କରିଆସୁଥିଲେ । ପୀଠର ବିକାଶ ପାଇଁ ପୂର୍ବ ସରକାର ଘୋଷଣା କରିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନାହିଁ । ତାସହିତ ଭିତରର ଅନେକ ଅଂଶକୁ ମଧ୍ୟ ଭଙ୍ଗା ଯାଇଛି । ତେଣୁ ଏଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ହେବା ସହ ଏହାକୁ ଏକ ବିଶ୍ୱସ୍ତରୀୟ କ୍ଷେତ୍ରରେ ପରିଣତ କରାଯିବ । ଏଥିପାଇଁ ଏକ ନୂଆ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମହିମା ପୀଠର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ପ୍ରକାଶ କରି ସେ କହିଥିଲେ ଯେ ନୂଆ ରିପୋର୍ଟ ଅନୁଯାୟୀ ଅର୍ଥ ଯୋଗାଇ ଦିଆଯିବ

Leave a Reply

Your email address will not be published. Required fields are marked *