ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନାଇଟେଡ ନ୍ୟାସନାଲ ପପୁଲେସନ ଫଣ୍ଡ (ୟୁଏନେଫପିଏ)ର ସହଭାଗିତାରେ ଆଜି ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମ ସହ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନର ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଅଭିଯାନ ୩୦ ଜିଲ୍ଲାଟିକୁ ବ୍ୟାପି ଥିବାବେଳେ ଆଜି ଉଦଯାପନୀ ଉତ୍ସବରେ ଭୁବନେଶ୍ୱରସ୍ଥିତ ଶ୍ରୀୟା ଛକ ଠାରୁ ମାଷ୍ଟର କାଣ୍ଟିନ ପର୍ଯ୍ୟନ୍ତ ପ୍ରାୟ ୧ ହଜାର ମହିଳାମାନଙ୍କ ଦ୍ୱାରା ଏକ ମାନବଶୃଙ୍ଖଳ ସହ ପଦଯାତ୍ରା ଦ୍ୱାରା ସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ପଦଯାତ୍ରା ସହ ବିଭିନ୍ନ ପ୍ରକାର ପଥପ୍ରାନ୍ତ ନାଟକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଓ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ ମଧ୍ୟ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *