Oplus_131072

ଘରୋଇ ହିଂସା ଆଇନ ଉପରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଘରୋଇ ହିଂସା ଆଇନ ୨୦୦୫ ପ୍ରତ୍ୟେକ ମହିଳାଙ୍କ ପାଇଁ ପ୍ରଯୁଜ୍ୟ। ମହିଳାଙ୍କ ଧାର୍ମିକ ସମ୍ବନ୍ଧ ଏବଂ ସାମାଜିକ ପୃଷ୍ଠଭୂମି ନିର୍ବିଶେଷରେ ଯାହା ବି ହେଉ।
ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଏନ. କୋଟିସ୍ବରଙ୍କ ଡିଭିଜନ ବେଞ୍ଚ କହିଛି ଯେ ୨୦୦୫ରେ ଆସିଥିବା ଆଇନ ପ୍ରତ୍ୟେକ ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେଇଥାଏ। ରକ୍ଷଣାବେକ୍ଷଣ ଏବଂ କ୍ଷତିପୂରଣ ବାବଦରେ କର୍ନାଟକ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ଜଣେ ମହିଳାଙ୍କ ଦ୍ୱାରା ଦିଆଯାଇଥିବା ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ପ୍ରଦାନ କରିଛନ୍ତି। ମହିଳା ଅଧିନିୟମର ଧାରା ୧୨ ଅନୁଯାୟୀ ଏକ ପିଟିସନ ଦାଖଲ କରିଥିଲେ।
ଏହାପୂର୍ବରୁ, ଫେବୃଆରୀ ୨୦୧୫ରେ ଜଣେ ମାଜିଷ୍ଟ୍ରେଟ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କୁ ମାସିକ ୧୨,୦୦୦ଏବଂ ୧ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମହିଳାଙ୍କ ସ୍ବାମୀ ୨୦୧୫ଆଦେଶ ବିରୋଧରେ ଏକ ଆବେଦନ କରିଥିଲେ। ଏହି ଆଦେଶକୁ ପରିବର୍ତ୍ତନ କରିବା ପାଇଁ ସ୍ବାମୀ ଆଇନର ଧାରା ୨୫ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିଥିଲେ, ଯାହାକୁ ଖାରଜ କରାଯାଇଥିଲା। ଏହା ପରେ ସ୍ବାମୀ ଆପିଲ କୋର୍ଟରେ ତାଙ୍କ ଦାବି ଉପସ୍ଥାପନ କରିଥିଲେ। ଏହାକୁ ଗ୍ରହଣ କରି ଅପିଲିୟ କୋର୍ଟ ଉଭୟ ପକ୍ଷଙ୍କୁ ସେମାନଙ୍କର ପ୍ରମାଣ ଆଣିବାକୁ ଏବଂ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେବାକୁ କହିଥିଲେ।
ଏହା ପରେ ମହିଳା ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ। ହାଇକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ସ୍ବାମୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଉପରେ ବିଚାର କରିବାକୁ ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ପିଡୀତ ବ୍ୟକ୍ତି ଆଇନର ଧାରା ଅନୁଯାୟୀ ଦିଆଯାଇଥିବା ଆଦେଶର ପରିବର୍ତ୍ତନ, ସଂଶୋଧନ କିମ୍ବା ବାତିଲ କରବାକୁ ଦାମି କରିପାରିବେ, କିନ୍ତୁ ପରିସ୍ଥିତିରେ ପରିବର୍ତ୍ତନ ଆସିଲେ ହିଁ ଏହା ସମ୍ଭବ। ଏହି ପରିପ୍ରେକ୍ଷୀରେ, ମାଜିଷ୍ଟ୍ରେଟ କେବଳ ଆଦେଶକୁ ବାତିଲ କିମ୍ବା ସଂଶୋଧନ କରିପାରିବେ ଯଦି ସେ ବିଶ୍ୱାସ କରନ୍ତି ଯେ ପରିସ୍ଥିତିରେ ପରିବର୍ତ୍ତନ ଆସିଛି ଏବଂ ଆଦେଶରେ ସଂଶୋଧନ ଆବଶ୍ୟକ।

Leave a Reply

Your email address will not be published. Required fields are marked *