Oplus_131072

ନୂଆଦିଲ୍ଲୀ: ମୁଁ ଆଉ ସହି ପାରୁନି ବାପା | ମୋତେ କ୍ଷମା କରିଦେବ | ଏଭଳି ଲେଖି ଜୀବନ ହାରିଲେ ଆଇଏଏସ ଆଶାୟୀ | ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଘଟିଛି ଏଭଳି ଘଟଣା | ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ କେତେ ଅଧିକ ଚାପରେ ରହୁଛନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି | ମହାରାଷ୍ଟ୍ରରୁ ପଢିବା ପାଇଁ ଦିଲ୍ଲୀ ଆସିଥିବା ଛାତ୍ରୀଜଣକ ପାଠପଢା ଚାପରେ ଜୀବନ ହାରିଥିବା କଥା ସୁଇସାଇଡ ନୋଟରେ ଲେଖିଛନ୍ତି |

ସେ ଲେଖିଛନ୍ତି ଯେ, ‘ମୋତେ କ୍ଷମା କରିଦେବା ମମି-ବାପା | ମୁଁ ବିରକ୍ତ ହୋଇଗଲାଣି | ଏଠାରେ କେବଳ ସମସ୍ୟା ଅଛି, ହେଲେ ଶାନ୍ତି ନାହିଁ। ଏହି ଅବସାଦଗ୍ରସ୍ତରୁ ମୁକ୍ତି ପାଇବା ପାଇଁ ମୁଁ ସମସ୍ତ ପ୍ରକାର ଚେଷ୍ଟା କଲି | କିନ୍ତୁ ମୁଁ ଏହାକୁ ଦୂର କରିପାରିଲି ନାହିଁ |’

ମୃତକଙ୍କ ସାଙ୍ଗଙ୍କ କହିବା ମୁତାବକ, “ସେ ୩ଥର ଚେଷ୍ଟା କରିଥିଲେ | ପ୍ରତ୍ୟେକ ଥର ସେ ପରୀକ୍ଷା ପାସ କରିବା ପାଇଁ ଭଲ ଭାବେ ପଢୁଥିଲେ | ହେଲେ ୩ଥର ପରୀକ୍ଷା ଦେବା ପରେ ପାସ ନହେବାରୁ ସେ ଚାପଗ୍ରସ୍ତ ହୋଇଯାଇଥିଲେ | ଦିଲ୍ଲୀରେ ରହୁଥିବା ଘରର ଭଡା ବଢୁଥିବା ବେଳେ ପରୀକ୍ଷାରେ ପାସ ହେନଥିବାରୁ ଅବସାଦଗ୍ରସ୍ତ ଥିଲେ ମୋ ସାଙ୍ଗ | କିଛି ମାସ ସଂଘର୍ଷ କରିବା ପରେ ଶେଷରେ ସେ ଏଭଳି ପଦକ୍ଷପ ନେଇଛନ୍ତି |

Leave a Reply

Your email address will not be published. Required fields are marked *