ଯାଜପୁର -ତା -19.9.24 ଆଜି ଯଯାତିକେଶରୀ ଭେଷଜ ମହାବିଦ୍ୟାଳୟ, ଯାଜପୁର ପରିସରରେ (ଏକ ପେଡ ମା କେ ନାମ )ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ ବୃକ୍ଷରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଡିନ ତଥା ଅଧ୍ୟକ୍ଷ ସୀତାରାମ ମହାପାତ୍ର, ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଶିବାଶିଷ ମହାରଣା, ରେଜିଷ୍ଟ୍ରାର ନିର୍ଲିପ୍ତା ମହାନ୍ତି ଏବଂ ସହକାରୀ
ବନ ସଂରକ୍ଷକ ସନ୍ତୋଷ ପତି ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ନିମ୍ବ, ଆମ୍ବ, ପିଜୁଳି, ଅଶୋକ, ଅର୍ଜୁନ, ରୟାଲ ପଏନସିଆନା ଆଦି 250 ଟି ଚାରା ରୋପଣ କରାଯାଇ ସବୁଜ ବଳୟ ସୃଷ୍ଟି କରାଯିବାର ପ୍ରୟାସ ରହିଛି

Leave a Reply

Your email address will not be published. Required fields are marked *