ଭୁବନେଶ୍ୱର: ଆଇଏଏସ୍ ଅଫିସର ଆର ସନ୍ଥ ଗୋପାଳନ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ପଦବୀରେ ନିଯୁକ୍ତି ପାଇଛନ୍ତି। ୨୦୦୧ ମସିହାର ଏହି ଆଇଏଏସ୍ ଅଫିସରଙ୍କୁ ରାଜ୍ୟର ନୂଆ ନିର୍ବାଚନ କମିସନର ଭାବେ ନିଯୁକ୍ତି କରାଯାଇଛି। ଏ ନେଇ ଭାରତୀୟ ନିର୍ବାଚନ କମିସନ (ଇସିଆଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି।