
ଯେଉଁ ପର୍ଯ୍ୟଟକ ମାନେ ଶିମିଳିପାଳ ବୁଲିବାକୁ ଯିବା ପାଇଁ ଚାହିଁବେ ସେମାନଙ୍କ ଯାନବାହାନ ଓ ପର୍ଯ୍ୟଟକଙ୍କୁ ଅନଲାଇନରେ ଆବେଦନ କରି ପୂର୍ବରୁ ଅନୁମତି ନେବାକୁ ପଡିବ । ସେମାନଙ୍କୁ ମିଳିଥିବା ତାରିଖ ଅନୁଯାୟୀ ସେମାନେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟନ ପାଇଁ ଯାଇ ପାରିବେ ।
ସେଥିପାଇଁ https://www.similipal.org କିମ୍ଵା https://www.ecotourodisha.com/ ପୋର୍ଟାଲରେ ପର୍ଯ୍ୟଟକ ଆବେଦନ କରିପାରିବେ ବୋଲି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
