
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ‘ଅପରେସନ ସିନ୍ଦୂର’ ନେଇ ପ୍ରଥମ ପ୍ରସ୍ତାବ ପାରିତ ହୋଇଥିଲା । ଏଥିରେ ‘ଅପରେସନ ସିନ୍ଦୂର’ରେ ସେନାବାହିନୀ ବୀରତ୍ବକୁ ପ୍ରଶଂସା କରାଯାଇଥିଲା।ଏହାପରେ ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ପାରିତ କରାଗଲା ବୋଲି ସୂଚନା ଦେଇଛନ୍ତି ସ୍ୟାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଅନ୍ୟ ପକ୍ଷରେ ଜାତି ଜନଗଣନା ନେଇ ଦ୍ବିତୀୟ ପ୍ରସ୍ତାବ ପାରିତ ହୋଇଛି ।
ସୂଚନା ଯୋଗ୍ୟ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିନିକିଆ ଏନଡିଏ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ ସୁଶାସନ ପ୍ରସଙ୍ଗ ଉପରେ ଏକ ମନୁନ ଅଧୂବେଶନ ଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସମ୍ମିଳନୀର ବରିଷ୍ଠ ନେତାମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।
