ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଟଙ୍କା ଭୁବନେଶ୍ବରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ବାରିପଦାରୁ ଯାଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ରୁ ଟଙ୍କା ରିଲିଜ କରାଯାଇଥିଲା। ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ପ୍ରଥମ କିସ୍ତିର ତିନିଟ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଟଙ୍କା ମିଳିସାରିଛି। ରାଜ୍ୟ ସରକାର ଏପର୍ଯ୍ୟନ୍ତ ପ୍ରାୟ ୮୦ ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରିସାରିଛନ୍ତି। ଆହୁରି ୨୦ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଯୋଜନାରୁ ଉପକୃତ ହେବାକୁ ଆଶା ରଖିଛନ୍ତି। ରାଜ୍ୟ ସରକାର ପୂର୍ବରୁ କହିଛନ୍ତି ଯେ, ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ର ଟଙ୍କା ମିଳିବ।

Leave a Reply

Your email address will not be published. Required fields are marked *