Oplus_131072

ଭୁବନେଶ୍ବର: ପୂର୍ବତନ ସରକାରଙ୍କ ଅନ୍ୟତମ ଲୋକପ୍ରିୟ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଆସନ୍ତା ମାସ (ସେପ୍ଟେମ୍ବର) ୧୦ ତାରିଖ ଯାଏଁ ଚାଲିବ। ଏହା ପରଠାରୁ ବିଏସ୍‌କେୱାଇ ବଦଳରେ ଲୋକଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟ ସୁବିଧା ମିଳିବ। ବିଏସ୍‌କେୱାଇରେ ଯେତିକି ସୁବିଧା ମିଳୁଛି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସମାନ ପ୍ରକାରର ସୁବିଧା ରହିବ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ୍‌ କହିଛନ୍ତି ବଜେଟ ଆପ୍ରୋପ୍ରିଏସନ ବିଲ ପାସ୍ ହେଲା ପରେ ନୂଆ କାର୍ଡର ପ୍ରକ୍ରିୟା ଆରମ୍ଭ ହେବ। ଏହାସହ ବିଏସକେୱାଇ କାର୍ଡର ରୂପରେଖ ବଦଳିଯିବ। ବିଏସକେୱାଇ କାର୍ଡ ଏଯାଏଁ ଚାଲୁ ରହିଛି। ସମସ୍ତଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ । ସେପ୍ଟେମ୍ବର ୧୦ତାରିଖରେ ଆପ୍ରୋପିଏସନ୍ ବିଲ୍ ପାସ୍ ହେବ, ତା ପରେ ପର୍ଯ୍ୟାୟ କ୍ରମେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଲାଗୁହେବ। ପରବର୍ତ୍ତୀ ସମୟରେ ଯୋଜନା ଆଣିଲେ ତାହା ଲାଗୁହେବ, ଏବେ ବିଏସକେୱାଇ ଯେମିତି ଚାଲିବା କଥା ଚାଲିବ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି।

Leave a Reply

Your email address will not be published. Required fields are marked *