ରାଜ୍ୟରେ ସମୁଦାୟ ୨୭୧୧ ଟି ପ୍ୟାକ୍ସ (PACS) ଥିବା ବେଳେ, ରାଜ୍ୟ ସରକାର ଆଉ ୧୫୪୨ ଟି ନୂଆ ବହୁମୁଖୀ ପ୍ୟାକ୍ସ (MPACS) ଗଠନ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ସମୁଦାୟ ପ୍ୟାକ୍ସ ସଂଖ୍ୟା ୪୨୫୩ ରେ ପହଞ୍ଚିଲା । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୭୭ଟି ପ୍ୟାକ୍ସକୁ ମଡେଲ୍ ପ୍ୟାକ୍ସ ଭାବରେ ବିକଶିତ କରିବା ପାଇଁ ନିଷ୍ପତି ନେଇଛନ୍ତି ।