୯ ମାସର ଦରମା ଦାବିରେ ଭୁବନେଶ୍ବର ଲୋୟର ପିଏମଜିରେ ୩ ଦିନ ଧରି ଲୋୟର ପିଏମଜିରେ କମ୍ୟୁନିଟି ସପୋର୍ଟ ଷ୍ଟାଫ ଚଳାଇଥିବା ଆନ୍ଦୋଳନ ସ୍ଥଗିତ ରହିଛି । ଆଲୋଚନା ପାଇଁ ସରକାର ରାଜି ପରେ ଏହି ନିଷ୍ପତ୍ତି ନେଇଛନ୍ତି ଆନ୍ଦୋଳନକାରୀ । ବକେୟା ଦରମା ଏହି ମାସ ଶେଷ ସୁଦ୍ଧା ମିଳିବ ବୋଲି ସୂଚନା ମିଳିଛି ।
ମାର୍ଚ୍ଚରୁ ଏମାନଙ୍କୁ ଦରମା ମିଳିନଥିଲା । ୬୨ ହଜାର ମହିଳାଙ୍କ ପ୍ରସଙ୍ଗକୁ ନେଇ ଗୃହରେ ଶାସକ-ବିରୋଧୀ ବି ବିଧାନସଭାରେ କଥା କଟାକଟି ହେଲା। ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପି ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ କରାଯାଇଥିଲା ।
୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ହଜାର ହଜାର ମହିଳା। ୬ଟି କମ୍ୟୁନିଟି ସର୍ପୋଟ ଷ୍ଟାଫଙ୍କର ୯ ମାସର ଦରମା ବନ୍ଦ ପ୍ରତିବାଦରେ ଲୋୟର ପିଏମଜିରେ ଗର୍ଜିଥିଲେ ମହିଳା।