
ନିୟମ ଉଲଙ୍ଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ସମସ୍ତ ଦୋକାନୀ ଓ ବ୍ୟବସାୟୀଙ୍କୁ ଏହି ନିୟମ ଅନୁପାଳନ କରିବାକୁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି। ପୋଲିସ ମାଇକ ଯୋଗେ ଲୋକଙ୍କୁ ସଚେତନ କରୁଛି । ଏହି ସମୟରେ ଜରୁରୀ ସେବା ଯଥା ସ୍ୱାସ୍ଥ୍ୟ, ପୋଲିସ୍ ଓ ଅନ୍ୟାନ୍ୟ ଆବଶ୍ୟକ କାର୍ଯ୍ୟକୁ ବାଦ୍ ଦିଆଯାଇଛି।
ସୂଚନାଯୋଗ୍ୟ, ଦୁର୍ଗାପୂଜା ଭସାଣୀ ସମୟରେ ବାଲେଶ୍ବର ସହରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଉତ୍ତେଜନା ବଢ଼ି ଗୋଳା ପୋଖରୀ, ମୋତୀ ଗଞ୍ଜ, ସିନେମା ଛକ ଭଳି ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେଇ ପୋଲିସ ଏହି ନାଇଟ୍ କର୍ଫ୍ୟୁ ଲଗାଇଛି।
