ଭୁବନେଶ୍ବର: ଆସନ୍ତା ୯ ତାରିଖରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ହେବ ନାହିଁ। ଏହି ପରୀକ୍ଷା ଆସନ୍ତା ୧୭ ତାରିଖ (ଶନିବାର) ହେବ। ଅଗଷ୍ଟ ୯ ତାରିଖ ଦିନ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ଥିବା ଯୋଗୁଁ ଓଟିଇଟି ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି।
ଓଟିଇଟି ପରୀକ୍ଷା ତାରିଖ ପରିବର୍ତ୍ତନ ନେଇ ବିଏସ୍ଇ ନିଜର ସରକାରୀ ୱେବସାଇଟ୍ରେ ସଂଶୋଧିତ ପରୀକ୍ଷା ସୂଚୀ ଘୋଷଣା କରିଛି। ସପ୍ଲିମେଣ୍ଟାରୀ ପରୀକ୍ଷା ଚାଲିଥିବାରୁ ଏହି ପରୀକ୍ଷାକୁ ପରିବର୍ତ୍ତନ କରାଯାଇଥିବା ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଅଗଷ୍ଟ ୧୨ ତାରଖରୁ ବିଏସ୍ଇ ୱେବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ହେବ।