ଅଗ୍ନିପଥ ଯୋଜନାରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ଚଳିତ ମାସ ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ପୁରୀ ତାଳବଣିଆସ୍ଥିତ ଜିଲ୍ଲା ସ୍ପୋର୍ଟସ୍ କମ୍ପ୍ଲେକ୍ସ ଏବଂ ଇନଡୋର ଷ୍ଟାଡିୟମ ଠାରେ ନିଯୁକ୍ତି ଶିବିର ଅନୁଷ୍ଠିତ ହେବ। ନିଯୁକ୍ତି ଶିବିରରେ କଟକ, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଚୟନ ହୋଇଥିବା ପ୍ରାର୍ଥୀ ଏବଂ ନିୟମିତ ସୈନିକ ଏବଂ ପଶ୍ଚିମବଙ୍ଗ, ଓଡ଼ିଶା ଓ ସିକ୍କିମର ମହିଳା ମିଲିଟାରୀ ପୁଲିସ ପାଇଁ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ। ଅନଲାଇନରେ ସାଧାରଣ ପ୍ରବେଶିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ଶାରୀରିକ ପରୀକ୍ଷା ଏବଂ ମେଡ଼ିକାଲ ପରୀକ୍ଷା ପାଇଁ ଡକାଯାଇଛି। ପଞ୍ଜୀକୃତ ଇମେଲ୍ ଆଇଡିରେ ପ୍ରାର୍ଥୀମାନଙ୍କୁ ଆଡମିଟ୍ କାର୍ଡ ପଠାଇ ଦିଆଯାଇଛି। ପ୍ରାର୍ଥୀମାନେ ଭାରତୀୟ ସେନାର ୱେବସାଇଟ୍ joinindianarmy.nic.in ୱେବସାଇଟରେ ଥିବା ସେମାନଙ୍କ ପ୍ରୋଫାଇଲରେ ଲଗଇନ କରି ନିଯୁକ୍ତି ଶିବିର ପାଇଁ ଆଡମିଟ୍ କାର୍ଡ ଡାଉନ ଲୋଡ୍ କରିପାରିବେ। ଏ ନେଇ କୌଣସି ସନ୍ଦେହ ଥିଲେ, ପ୍ରାର୍ଥୀମାନେ ୦୬୭୧-୨୩୦୫୨୮୦ ଏବଂ ୯୪୩୭୧୬୨୨୮୦ ନମ୍ବରରେ କଟକ ଏଆରଓଙ୍କ ସହିତ ଯୋଗାଯୋଗ କରିପାରିବେ।

Leave a Reply

Your email address will not be published. Required fields are marked *