ମେ ୭ ତାରିଖ ରାତିରେ ଆରମ୍ଭ ହୋଇଥିବା ଅପରେସନ ‘ସିନ୍ଦୂର’ ର ପ୍ରଥମ ଦିବସ ଆକ୍ରମଣରେ ପାକିସ୍ତାନରେ ଆଡ୍ଡା ଜମାଇଥିବା ଅନେକ ଆତଙ୍କୀ ନିହତ ହୋଇଥିଲେ ।
ସେ ମଧ୍ୟରୁ ପାକିସ୍ତାନର ୫ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ନିପାତ ହୋଇଛନ୍ତି ।
ଏହି ସମସ୍ତ ଆତଙ୍କବାଦୀ ପାକିସ୍ତାନର ଜୈସ୍-ଏ-ମହମ୍ମଦ (JeM) ଓ ଲସ୍କର-ଏ-ତୋଏବା (LeT) ସଂଗଠନର ବୋଲି ସୂଚନା ମିଳିଛି ।
ସେମାନେ ହେଲେ ଲସ୍କର ଆତଙ୍କୀ ମୁଦାସର ଖାଦିଆନ୍ ଖାସ୍, ଖଲିଦ୍ ଓରଫ ଅବୁ ଆକାଶ, ଜୈସ୍-ଏ-ମହମ୍ମଦ ଆତଙ୍କୀ ହାଫିଜ ମହମ୍ମଦ ଜମିଲ, ମହମ୍ମଦ ୟୁସୁଫ ଅଜହର ଏବଂ ମହମ୍ମଦ ହାସନ୍ ଖାନ୍ ।
ମହମ୍ମଦ ଜମିଲ ଏବଂ ୟୁସୁଫ ଅଜହର ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ପ୍ରତିଷ୍ଠାତା ମାସୁଦ ଅଜହରର ଭିଣୋଇ ଥିଲେ । ପାକ ସାମରିକ ସମ୍ମାନର ସହିତ ସମସ୍ତଙ୍କର ଶେଷକୃତ ହୋଇଛି ।