ଭୁବନେଶ୍ୱର,୨୮ା୯(ଅନିଲ ଦାସ):୧୯୯୦ ବ୍ୟାଚ୍ର ଓଡ଼ିଶା କ୍ୟାଡର ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତାଙ୍କୁ ୬ ବର୍ଷ ପାଇଁ ଏହି ପଦବୀରେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଓପିଏସ୍ସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ଦିନଠାରୁ ୬ ବର୍ଷ କିମ୍ବା ୬୨ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଯେଉଁଟା ଆଗ ଆସିବ ସେ ପର୍ଯ୍ୟନ୍ତ ଅରୁଣଙ୍କ କାର୍ଯ୍ୟକାଳ ରହିବ। ଅରୁଣ ଷଡ଼ଙ୍ଗୀ ଏବେ ସ୍ପେଶାଲ ଡିଜିପି (ଟ୍ରେନିଂ) ଏବଂ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି । ଏହା ପୂର୍ବରୁ ସେ ଇନଚାର୍ଜ ପୋଲିସ ଡିଜି ଭାବେ କାର୍ଯ୍ୟ କରିଛନ୍ତି।

