Oplus_131072

ନୂଆଦିଲ୍ଲୀ: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଟ୍ରେନି  ଆଇଏଏସ୍‌ ପୂଜା ଖେଡ଼କରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ଠକେଇ ଏବଂ ଜାଲିଆତି ବଳରେ ଚାକିରି କରି ବିବାଦ ଘେରକୁ ଆସିଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପୂଜା ଖେଡକରଙ୍କର ପ୍ରୋଭିଜନାଲ ପ୍ରାର୍ଥିତ୍ୱ ବା ଆଇଏଏସ୍‌ ମନୋନୟନକୁ ବାତିଲ କରି  ତାଙ୍କ ଆଇଏଏସ୍‌ ପଦକୁ ଛଡ଼ାଇ ନିଆଯାଇଛି।

କେବଳ ଏତିକି ନୁହେଁ  ଜାଲିଆତି କରିବା ପୂଜାଙ୍କୁ ଏତେ ମହଙ୍ଗା ପଡ଼ିଲା ‌ଯେ ଭବିଷ୍ୟତରେ କମିଶନ ପକ୍ଷରୁ ଆୟୋଜିତ ସମସ୍ତ ପରୀକ୍ଷରୁ ସେ ବଞ୍ଚିତ ହୋଇଛନ୍ତି। ଅର୍ଥାତ ସେ ଭବିଷ୍ୟତରେ ‌ଯେତେଚେଷ୍ଟା କଲେ ପରିଶ୍ରମ କଲେ  ଆଉ ୟୁପିଏସ୍‌ସି ପରୀକ୍ଷା ଦେଇ ପାରିବେ ନାହିଁ।

ପୂଜା ଖେଡ଼କରଙ୍କ ଅନେକ ଦସ୍ତାବିଜର କଡ଼ାକଡ଼ି ଯାଞ୍ଚ କରାଯିବା ପରେ ସେ ସିଏସ୍‌ଇ-୨୦୨୨ ନିୟମରେ ଥିବା ପ୍ରାବଧାନକୁ ଉଲ୍ଲଙ୍ଘନ କରିଥିବା ଜଣାପଡ଼ିଥିଲା। ଏହି ଯାଞ୍ଚ ସମୟରେ ପୂଜାଙ୍କ ୧୫ବର୍ଷ ପୁରୁଣ ଡାଟାର ବି ସମୀକ୍ଷା କରାଯାଇଥିଲା। ଆଶ୍ଚର୍ଯ୍ୟର କଥ‌ା ହେଉଛି ପ୍ରଥମଥର ପାଇଁ ଏମିତି ଘଟଣା ସାମ୍ନ‌ାକୁ ଆସିଲାଥିଲା କି ପୂଜା କେତେଥର ୟୁପିଏସସି ପରୀକ୍ଷା ଦେଇଛନ୍ତି ତାହା ଜଣାପଡ଼ି ପାରି ନଥିଲା।

କାରଣ ସେ ପ୍ରତିଥର ନିଜର ନାମ ସହିତ ବାପା ଓ ମା’ଙ୍କ ନାମ ବଦଳାଇ ପରୀକ୍ଷା ଦେଇଥିବା ଜଣାପଡ଼ିଥିଲା। ଦୋଷୀ ସାବ୍ୟସ୍ତ ହେବାପରେ ପୂଜାଙ୍କ ୨୦୨୨ ସିଏସଇ ପ୍ରୋଭିଜନାଲ ପ୍ରାର୍ଥିତ୍ୱକୁ ରଦ୍ଦ କରାଯାଇଛି। ଏମିତିକି ଏ ମାମଲାରେ ଜୁଲାଇ ୧୮ରେ ପୂଜା ଖେଡକରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଜୁଲାଇ ୩୦ ଯାଏ ଜବାବ ରଖିବାର ସମୟସୀମା ତାଙ୍କୁ ଦିଆଯାଇଥିଲା। କିନ୍ତୁ ସେ ନିଜର ପକ୍ଷ ରଖି ନଥିଲେ।

ଏହି ଘଟଣା ସାମ୍ନାକୁ ଆସିବା ପରେ ୟୁପିଏସସି ଏସଓପିକୁ ଆହୁରି କଡ଼ାକଡ଼ି କରିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି କେନ୍ଦ୍ର ଲୋକସେବା ଆୟୋଗ ପକ୍ଷରୁ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *