Odisha Not Out
ତାରିଖ:୦୩/୦୮/୨୫, ରବିବାର

୧-ଭୁବନେଶ୍ୱର:ରାଜଧାନୀରେ ମାତିଛନ୍ତି ନକଲି ନିଯୁକ୍ତି ଦାତା,୧୦ ଜଣଙ୍କଠୁ ୧୦ଲକ୍ଷ ଚଳୁ,ଜଣେ ଗିରଫ।

୨-ଭୁବନେଶ୍ୱର:ଓଡ଼ିଶାର ୩୫ ଲକ୍ଷ ଚାଷୀଙ୍କୁ ମିଳିଲା ପିଏମ କିଷାନ ସହାୟତା ରାଶି।

୩-ସ୍କୁଲ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିବ ଫଳ, ଅଣ୍ଡା ଖାଉ ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିଷ୍ପତ୍ତି।

୪-ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ : ବୋର୍ଡ ସଭାପତି ଓ ଉପ ସଭାପତିଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା ଜାରି।

୫-ଆଖି ବୁଜିଲେ ବଳଙ୍ଗା ପୀଡିତା, ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ।ଶୋକ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

୬-ବଳଙ୍ଗା ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି: ଓଡ଼ିଶା ପୋଲିସ

୭-ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା: ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ପୁଲିସ ଛାଉଣୀ।

୮-ଟ୍ରିବୁନାଲରେ ମହାନଦୀ ଜଳବିବାଦ ମାମଲାର ଶୁଣାଣି : ଆପୋଷ ସମାଧାନ ପାଇଁ ସମୟ ଦେଲେ ଟ୍ରିବୁନାଲ, ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୬ରେ।

୯-ବ୍ରହ୍ମପୁର ପୁଲିସର ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ନାହାକ ଆହତ।

୧୦-ନବରଙ୍ଗପୁର:ମନମୋହୁଛି ଧାନ, ମାଣ୍ଡିଆରେ ପ୍ରସ୍ତୁତ ରାକ୍ଷୀ। ବ୍ରାଣ୍ଡିଂ ପାଇଁ ଓରମାସ୍ ପକ୍ଷରୁ ପ୍ରୟାସ ଜାରି।

୧୧-ଜୟପୁର: ଛୁଟିରେ ପଳାଇଲେ ୨୨ ଡାକ୍ତର,ଆଜି ଦେବେ NEET -PG ପରୀକ୍ଷା।

୧୨-ଟିଟିଲାଗଡ଼ ବଡ଼ତେନ୍ତୁଳୀଖୁଣ୍ଟି ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି,ସ୍ଥିତି ପରଖିଲେ କଣ୍ଟାବାଞ୍ଜି ବିଧାୟକ।

୧୩-ଅନୁଦାନପ୍ରାପ୍ତ ହାଇସ୍କୁଲ, ବ୍ଲକ୍‌ଗ୍ରାଣ୍ଟ ହାଇସ୍କୁଲ, ସଂସ୍କୃତ ଟୋଲ୍ ସ୍କୁଲରେ ଦିଆଯିବ ଅତିଥି ଶିକ୍ଷକଙ୍କୁ ନିଯୁକ୍ତି।

୧୪-ଏନ୍‌ଆଇଏ ର ଏସ୍‌ପି ଭାବେ ନିଯୁକ୍ତି ପାଇଲେ ଆଇପିଏସ୍‌ ସାଗରିକା ନାଥ।

୧୫-ଭୁବନେଶ୍ୱର : ସାପ କାମୁଡ଼ାରେ ଚାଲିଗଲା ୨ ମହିଳାଙ୍କ ଜୀବନ । ଜଣେ ଶୋଇଥିବା ବେଳେ ଓ ଅନ୍ୟ ଜଣେ ରୋଷେଇ ପାଇଁ କାଠ ଆଣିବାକୁ ଯାଇଥିବା ବେଳେ ସାପ କାମୁଡ଼ି ଦେଇଥିଲା।

୧୬-ଭୁବନେଶ୍ୱର:ବିମାନବନ୍ଦରରୁ ୮କୋଟିର ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ।

୧୭-୭ ଦିନ ଭିତରେ ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦେବାକୁ ଚେତାବନୀ, ନଚେତ କଂଗ୍ରେସ ପକ୍ଷରୁ ଡିଜିପି କାର୍ଯ୍ୟାଳୟ ଘେରାଉ ହେବ।

୧୮-ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା, ଅମରନାଥ ଯାତ୍ରା ଆସନ୍ତା ୩ ପର୍ଯ୍ୟନ୍ତ ସ୍ଥଗିତ।

୧୯-ଟ୍ରମ୍ପଙ୍କ ‘ଡେଡ ଇକୋନୋମି’ ବୟାନ ଉପରେ ମୋଦୀଙ୍କ ଜବାବ, ତୃତୀୟ ବଡ ଅର୍ଥନୀତି ହେବାକୁ ଯାଉଛି ଭାରତ।

Leave a Reply

Your email address will not be published. Required fields are marked *