ତୃତୀୟ ଦିନରେ ପହଁଚିଲା ମିଶନ ଶକ୍ତି ମାଙ୍କ ଆନ୍ଦୋଳନ। ରାଜ୍ୟ ସରକାରଙ୍କ ସହ ଅଲ ଓଡ଼ିଶା ଜିପିଏଲଏଫ ମିଶନଶକ୍ତି କର୍ମୀ ସଂଘର ଆଲୋଚନା ବିଫଳ ପରେ ଭୁବନେଶ୍ବର ଲୋୟର ପିଏମଜିରେ ଆନ୍ଦୋଳନ ଜାରି ରଖିଛି ସଂଘ । ଏହି ମଧ୍ୟରେ ମିଶନ ଶକ୍ତିକୁ ନେଇ ବିଜେଡିର ମୁଲତବି ନୋଟିସ ଉପରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ସରକାର ମୁକ ବସିବା କଥା ମିଛ । ସଚିବ, ରାଜ୍ୟ କମିଶନ ସମସ୍ତେ ଯାଇ ଆନ୍ଦୋଳନକାରୀଙ୍କୁ ଭେଟିଛନ୍ତି ଏବଂ ଆନ୍ଦୋଳନରୁ ଉଠିଯିବେ ବୋଲି କହିଛନ୍ତି କିନ୍ତୁ ସେମାନେ ଉଠିଲେ ନାହିଁ।
ଉପମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ସରକାର ପଦକ୍ଷେପ ନେବେ, କାହା କଥାରେ ରାସ୍ତାରେ ଗଡ଼ନ୍ତୁ ନାହିଁ । ଯେଉଁମାନେ ଆନ୍ଦୋଳନରେ ବସିଛନ୍ତି, ସେମାନେ ମିଶନ ଶକ୍ତି ମହିଳା ନୁହନ୍ତି । ସେମାନେ ମିଶନ ଶକ୍ତିର କମ୍ୟୁନିଟି ଷ୍ଟାଫ୍। ଯେଉଁମାନଙ୍କର ୫ ବର୍ଷର ଅବଧି ସରିଛି, ଦରମା ପାଇସାରିଛନ୍ତି । ଯେଉଁମାନଙ୍କର ୫ ବର୍ଷ ପୁରିନି, ଦରମା ପାଇଁ ନଭେମ୍ବର ୪ରୁ ନିର୍ଦ୍ଦେଶ ।