Oplus_131072

ଭୁବନେଶ୍ବର: ମହିଳାଙ୍କ ଉନ୍ନତି ଓଡ଼ିଶା ବିକାଶର ମୂଳମନ୍ତ୍ର। ରାଜଧାନୀରେ ସୁଭଦ୍ରା ଯୋଜନା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଆଗୁଆ ଦଶହରା ଶୁଭେଚ୍ଛା ଜଣାଇଲେ। ପ୍ରଧାନମନ୍ତ୍ରୀ କହିଲେ, ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବା ସୌଭାଗ୍ୟ ମିଳିଲା। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଜନତାଙ୍କ ସେବା ସୁଯୋଗ ମିଳେ। ଓଡ଼ିଶାର ମା’ମାନଙ୍କ ପାଇଁ ସୁଭଦ୍ରା ଶୁଭାରମ୍ଭ ସୁଯୋଗ ମିଳିଲା।

ଆଜି ଏନଡିଏ ସରକାର ତୃତୀୟ ପାଳିର ଶହେ ଦିନ ପୂରଣ କରୁଛି।  ଯେଉଁ ସ୍ବପ୍ନ ଆମ ମଧ୍ୟମବର୍ଗ ଦେଖିଛନ୍ତି, ତାହାସବୁ ପୂରଣ କରାଯିବ। ଓଡ଼ିଶାରେ ବିଜେପି ସରକାର ହେବା କ୍ଷଣି ଶ୍ରୀମନ୍ଦିର ୪ ଦ୍ବାର ଖୋଲିବୁ କହିଥିଲୁ, ଖୋଲିଲୁ। ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ବି ଖୋଲିଲୁ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ପୂରା ଟିମ୍‌କୁ ପ୍ରଶଂସା କରୁଛି।
ପ୍ରଧାନମନ୍ତ୍ରୀ ଆହୁରି କହିଲେ, ୩୦ ଲକ୍ଷରୁ ଅଧିକ ପରିବାରକୁ ଆଜି ପକ୍କା ଘର ଦିଆଗଲା।୨୬ ଲକ୍ଷ ଘର ଗାଁ ଓ ୪ ଲକ୍ଷ ଘର ସହରରେ ଦିଆଯାଇଛି। ଓଡ଼ିଶାର ନୂଆ ସରକାର ଶପଥ ସମାରୋହକୁ ଆସିଥିଲି। ପ୍ରଚାର ବେଳେ କହିଥିଲି ଡବଲ ଇଂଜିନ ସରକାର ହେଲେ ଓଡ଼ିଶାର ବିକାଶ ହେବ।

Leave a Reply

Your email address will not be published. Required fields are marked *