Oplus_131072

ଭୁବନେଶ୍ବର: ଟମାଟୋ ପରେ ଆଳୁ ଟେନସନ। ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ଦର। ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉ ନଥିବାରୁ ଦର ବଢୁଥିବା କହିଛନ୍ତି ବ୍ୟବସାୟୀ। ସୀମାନ୍ତ ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଅଟକି ରହିଛି ଶହ ଶହ ଆଳୁ ଟ୍ରକ। ପଶ୍ଚିମବଙ୍ଗ ପଟୁ ଆଳୁ ଟ୍ରକକୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ମିଳିନାହିଁ। ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଟ୍ରକକୁ ଜଗି ରହିଛନ୍ତି ପୁଲିସ। କୌଣସି ଟ୍ରକକୁ ଓଡ଼ିଶା ସୀମାରେ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ ।

ପଶ୍ଚିମବଙ୍ଗରୁ ଆମଦାନି ବନ୍ଦ ହେବା ଫଳରେ ଓଡ଼ିଶାରେ ଆଳୁ ବଜାରରେ ଦର ଆକାଶ ଛୁଆଁ ହେବାରେ ଲାଗିଛି। ବର୍ତ୍ତମାନ ରାଜଧାନୀରେ ଆଳୁ ଦର ୪୫ରୁ ୫୦ ଟଙ୍କା ରହଥିବା ବେଳେ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି। ତେଣୁ ଏବେ ଠୁ ଆଳୁ କିଣିବା ପାଇଁ ଲୋକେ ଭିଡ଼ ଜମାଇଲେଣି । ଆଳୁ ସାଧାରଣ ଲୋକଙ୍କ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀ ହୋଥିବାରୁ ଏହାର ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଛି। ଦର ବଢ଼ିବା ପରେ ଆଇଗଣିଆ ଆଳୁ ଗୋଦାମରେ ପହଞ୍ଚିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯୋଗାଣ ବିଭାଗ ପକ୍ଷରୁ ବଜାର ପରିଦର୍ଶନ ସହ ଯାଞ୍ଚ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *