ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଅଭିଯୋଗ ଆସୁଛି କି ଯେଉଁମାନେ ଆୟକର ଫାଇଲ୍ କରୁଛନ୍ତି । ସେମାନଙ୍କ କାର୍ଡ କଟିଯାଉଛି । କିନ୍ତୁ କାହାର କାର୍ଡ କଟିବନି । ଅଧିକାରୀଙ୍କ ପାଖକୁ ଲିଷ୍ଟ ଯାଇଛି । ସେମାନେ ଡୋର ଟୁ ଡୋର ବୁଲି ଦେଖିବେ । କାହାର ଆୟ କେତେ ଅଛି । ତାହାର ତର୍ଜମା ହେବ, ତାପରେ ଯାଇ କାର୍ଡ କଟିବ କି ରହିବ ସେନେଇ ନିଷ୍ପତ୍ତି ନିଆଯିବ । ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି କାହାର ବି କାର୍ଡ କାଟନ୍ତୁ ନାହିଁ କି ଚାଉଳ ବନ୍ଦ କରନ୍ତୁ ନାହିଁ । ଯିଏ ପ୍ରକୃତରେ ଗରିବ ଥିବା ତାଙ୍କର କାର୍ଡ ରହିବ । ଯଦି ଧନୀ ଲୋକ ଯଦି କାର୍ଡ ହାତେଇଥିବା , ତେବେ କଟିବ । ଆପଣମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଯଦି ଆପଣଙ୍କ କାର୍ଡ କଟିଯାଇଛି । ତେବେ ବିଭାଗକୁ ଜଣାନ୍ତୁ , ଘଟଣାର ତଦନ୍ତ କରି ସେମାନଙ୍କୁ ପୁନଃ ସାମିଲ କରାଯିବ ।