ସୂଚନା ଯୋଗ୍ୟ; ଚିନ୍ତନ ରଘୁବଂଶୀ ୨୦୧୩ ବ୍ୟାଚର ଭାରତୀୟ ରାଜସ୍ବ ସେବା-ଆଇଆରଏସ ଅଧିକାରୀ । ଗତ ଜାନୁଆରୀ ୮ରେ ୧୪ଟି ସ୍ଥାନରେ ରେଡ କରିଥିଲା ଇଡି । ଏ ସଂପର୍କିତ ମାମଲା ଦଫାରଫାଜଣେ ବ୍ୟବସାୟୀଙ୍କ ନାଁରେ ଥିବା ଇଡି ମାମଲାର ରଫାଦଫା ପାଇଁ ଲାଞ୍ଚ ନେଉଥିଲେ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ । ଖଣି ମାମଲାର ରଫାଦଫା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ପ୍ରଥମେ ୨୦ ଲକ୍ଷ ଟଙ୍କା ଓ ପରେ ୩୦ ଲକ୍ଷ ଦେବାର ଯୋଜନା ରହିଥିଲା । ହେଲେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଚିନ୍ତନ ରଘୁବଂଶୀଙ୍କୁ ଧରିଥିଲା ସିବିଆଇ ।