ଭୁବନେଶ୍ୱର,୨।୯: ସୁଭଦ୍ରା ଯୋଜନାର ସମସ୍ତ ସୂଚନା ପାଇଁ ସୋମବାର ‘ସୁଭଦ୍ରା ପୋର୍ଟାଲ’ ଉନ୍ମୋଚନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରାର ସମସ୍ତ ସୂଚନା ଏଣିକି ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ହେବ। ସୁଭଦ୍ରା ଯୋଜନା ବିଷୟରେ ଜାଣିବାକୁ ଚାହୁଁଥିଲେ ଜଣେ ହିତାଧୀକାରୀ http://subhadra.odisha.gov.in ଲଗ୍ ଇନ୍ କରି ସବୁକିଛି ସୂଚନା ପାଇପାରିବେ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, କିଛି ତଥ୍ୟ ଜାଣିବାକୁ ଚାହୁଁଥିଲେ ପୋର୍ଟାଲରୁ ହିଁ ଜାଣିହେବ। ସୁଭଦ୍ରା ଯୋଜପାର ଫର୍ମ ବଣ୍ଟନ ଆରମ୍ଭ ହୋଇଛି, ୪ରୁ ଫର୍ମ ସଂଗ୍ରହ ଆରମ୍ଭ ହେବ। ଫର୍ମ ପୂରଣ କରି ଆଧାର କାର୍ଡ ନକଲ ସହ ଦାଖଲ କରିବେ। ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରି ପାରିବେ। ଫର୍ମ ବଣ୍ଟନ ଓ ଦାଖଲ ସଂପୂର୍ଣ୍ଣ ମାଗଣାରେ ହେବ। ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଥିବା କିସ୍ତି ୧୭ରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ନିଜେ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ସବୁ ଯୋଗ୍ୟ ମହିଳାଙ୍କୁ ମିଳିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ।