
ଓଏସ୍ଆରଟିସି ବାତିଲ ବିଷୟରେ ଯାତ୍ରୀମାନଙ୍କୁ ସୂଚନା ଦେଇ ଏକ ସାର୍ବଜନୀନ ନୋଟିସ୍ ଜାରି କରିଛି ଏବଂ ଏହାର ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏବଂ ୱେବସାଇଟ୍ ମାଧ୍ୟମରେ ପରବର୍ତ୍ତୀ ଅପଡେଟ୍ ସେୟାର୍ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି।
ତେବେ ଯେଉଁମାନେ ଆଗୁଆ ବୁକ୍ କରିଥିବା ପଇସା ଫେରସ୍ତ ପାଇବାକୁ ଚାହୁଁ ସେମାନଙ୍କୁ ସେମାନଙ୍କର ଟଙ୍କା ଫେରାଇବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି । ଟଙ୍କା ଫେରସ୍ତ ପାଇଁ ଯାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଯୋଗାଯୋଗ ନମ୍ବର ଦିଆଯାଇଛି । ଶ୍ରଦ୍ଧାଳୁମାନେ ୯୯୩୭୫୪୭୭୭୩କୁ ଯୋଗଯୋଗ କରିବାକୁ କୁହାଯାଇଛି । ପରବର୍ତ୍ତୀ ସମୟରେ ବସ୍ ଚାଲିବ କି ନାହିଁ ସେ ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି ।
