
ପଦ୍ମଶ୍ରୀ ପାଇଥିବା ୪ ଜଣ ଓଡ଼ିଆଙ୍କ ମଧ୍ୟରେ ମେଡିସିନ୍ କ୍ଷେତ୍ରରେ ଡାକ୍ତର ଅଶୋକ ମହାପାତ୍ର, ସାହିତ୍ୟ ଓ ଶିକ୍ଷାରେ ପ୍ରତିଭା ଶତପଥୀ, କଳାରେ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ବୈତ ଗଡ଼ନାୟକ ଏବଂ ଓଡିଶୀରେ ଦୁର୍ଗା ଚରଣ ରଣବୀର ସ୍ଥାନ ପାଇଛନ୍ତି ।
ନିଜର ପ୍ରତିଭା ଏବଂ ଜୀବନବ୍ୟାପୀ ସାଧନା ପାଇଁ ସେମାନେ ଏହି ସମ୍ମାନଜନକ ପଦ୍ମ ପୁରସ୍କାରରେ ସମ୍ମାନିତ ହେବାକୁ ଯାଉଛନ୍ତି ।
