କାଲିଠୁ +୨ ନାମଲେଖା ଆବେଦନ। ଆସନ୍ତାକାଲିଠୁ ଜୁନ୍ ୩୦ ତାରିଖ ଯାଏଁ ଅନଲାଇନ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଅଧିନରେ ଯୁକ୍ତ ୨ ବିଜ୍ଞାନ, କଳା, ବାଣିଜ୍ୟ ଓ ଅନ୍ୟାନ୍ୟ ଧନ୍ଦାମୂଳକ ଶିକ୍ଷାରେ ନାମଲେଖା ପାଇଁ ଏହି ଆବେଦନ ଚାଲିଛି। ସିଏଚଏସଇର ‘ସାମ୍ସ’ ୱେବସାଇଟରେ ଏନେଇ ଆବେଦନ ହେଉଛି। ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

www.samsodisha.gov.in ରେ ଛାତ୍ରଛାତ୍ରୀ କରିବେ ଆବେଦନ। ଜୁଲାଇ ୭ରେ ବାହାରିବ ପ୍ରଥମ ମେରିଟ୍ ଲିଷ୍ଟ। ଜୁଲାଇ ୮ରୁ ୧୪ ଯାଏଁ ହେବ ଆଡମିଶନ୍। ଏହାପରେ ଜୁଲାଇ ୨୪ ତାରିଖରୁ ହେବ ପାଠପଢ଼ା।

Leave a Reply

Your email address will not be published. Required fields are marked *