ଓଡିଶାର ଦୁଇ ଜଣ ଆଇପିଏସ ଅଫିସର ଯାହାଙ୍କ ବିରୁଦ୍ଧରେ ଚାର୍ଜସିଟ କରିବାପାଇଁ ଇଲେକ୍ସନ କମିଶନଙ୍କ ନିକଟରେ ବିଜେପି ଅଭିଯୋଗ କରିଥିଲା , ସରକାରକୁ ଆସିବା ପରେ କେନ୍ଦ୍ରୀୟ ଡେପୁଟେସନରେ ସେହି ଦୁଇ ଅଧିକାରୀଙ୍କୁ ପଠାଇ ଦେଇଛି ।
ଅଲଇଣ୍ଡିଆ ସର୍ଭିସ ରୁଲ ଅନୁସାରେ ଆଇପିଏସ ଓ ଆଇଏସଏ ଡ଼ିଇଉଆଇଟିଆଇ କ୍ୟାଡର ଅଫିସରଙ୍କୁ କେନ୍ଦ୍ରସରକାରଙ୍କଦ୍ବାରା ଏକ ଅଫର ଲିଷ୍ଟ ମଗାଯାଇଥାଏ , ଯେତେବେଳେ ଓଡିଶା ସରକାରଙ୍କୁ ଅଫର ଲିଷ୍ଟ ମାଗିଲେ ସେ ସମୟରେ ରାଜ୍ୟ ସରକାର ଏହି ଦୁଇ ଅଧିକାରୀଙ୍କ ନାମ ଦେଇଥିଲେ ।
ଯେଉଁ ଦୁଇ ଅଧିକାରୀଙ୍କ ନାମରେ ଅଭିଯୋଗ ଆଣିଥିଲେ ତାଙ୍କ ବିରୁଦ୍ଧରେ ଚାର୍ଜସୀଟ କଲେନାହି , ଯିଏ ଭାରତୀୟ ଜନତା ପାର୍ଟିର ଖୋର୍ଦ୍ଧାର ଜଣେ ବିଧାୟକଙ୍କ ବିରୁଦ୍ଧରେ ଅତ୍ୟାଚାରକରି ଜେଲରେ ଭର୍ତି କରାଇଥିଲେ ।
ଯାହାଙ୍କ ବିରୁଦ୍ଧରେ ପ୍ରମାଣଯୋଗ୍ୟ ତଥ୍ୟ ଥିଲା କୌଣସି ଗୋଟେ ଘଟଣାରେ ମଧ୍ୟ ଚାର୍ଜସୀଟ ନ ହେବା, ଅଫରଲିଷ୍ଟରେ ତାଙ୍କ ନାମ ଦିଆଯିବା ଏହା ପଛରେ ଡିଲ ଥିବା କହିଛନ୍ତି ବିଜୟ ମହାପାତ୍ର ।
ବିଜୟ ମହାପାତ୍ରଙ୍କ ଦ୍ଵାରା ଦିଆଯାଇଥିବା ବୟାନ ବାବଦରେ ବିଜେପି ନେତା ଯତୀନ ମହାନ୍ତି କହିଛନ୍ତି , “କେନ୍ଦ୍ରୀୟ ଡେପୁଟେସନ ଯିବାପାଇଁ ପୂର୍ବରୁ ଆବେଦନ କରିବାକୁ ପଡିଥାଏ ଆଶିଷ ଏବଂ କୁଟ୍ଟେଙ୍କ କ୍ଷତ୍ରରେ ମଧ୍ୟ ସେଇଆ ହିଁ ହୋଇଛି । ଦୁଇ ଅଧିକାରୀଙ୍କ ଦ୍ଵାରା ଦିଆଯାଇଥିବା ଆବେଦନକୁ କେନ୍ଦ୍ର ସରକାରଙ୍କ ବିଚାର ପରେ ଏହି ପଦକ୍ଷପ ନିଆଯାଇଛି ।
ଯେହେତୁ ଦୁଇ ଅଧିକାରୀ ଅଲ ଇଣ୍ଡିଆ କ୍ୟାଡରର ସେମାନଙ୍କ ବିରୋଧରେ କୌଣସି ଠୋସ ପ୍ରମାଣ ବିନା କୌଣସି ଅଫିସରଙ୍କୁ କେବେହେଲେ ତୁରନ୍ତ ଦଣ୍ଡିତ କରିବା ଉଚିତ ନୁହେଁ । ଉଚିତ ପ୍ରମାଣ ଏବଂ ଆବଶ୍ୟକୀୟ ତଥ୍ୟ ନଥିଲେ କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ ପଦକ୍ଷପ ନିଆଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।